୨୨ରେ ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

୨୨ରେ ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

୨୨ରେ ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ । ବାରିପଦାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ ସେ ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରାୟ ଦେଢ଼ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ । ଏହି ଅବସରରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କାର୍ୟ୍ୟକର୍ତ୍ତା ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚି କାର୍ଡ ବଣ୍ଟନ କାର୍ୟ୍ୟକ୍ରମରେ ଭାଗ ନେବେ । ପ୍ରାୟ ୧୫୦ ରୁ ଅଧିକ ନେତା ମୟୂରଭଞ୍ଜ ଗସ୍ତ କରୁଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ୨୦ ତାରିଖ ଅପରାହ୍ନ ଏବଂ ୨୧ ତାରିଖ ସକାଳ ସୁଦ୍ଧା ସେମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଦଳ ଲକ୍ଷ୍ୟ ରଖିଛି । ଗସ୍ତ କରୁଥିବା ମନ୍ତ୍ରୀ, ବିଧାୟକ ଓ କାର୍ୟ୍ୟକର୍ତ୍ତା ଜିଲ୍ଲାରେ କିଛି ଦିନ ରହି ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିବା ସହ ତୃଣମୂଳ ସ୍ତରରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ଆବଶ୍ୟକ ପଦକ୍ଷେପ ନେବେ । ମୁଖ୍ୟମନ୍ତ୍ରୀ ପୂର୍ବରୁ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର, ଗଜପତି ଓ ପୁରୀ ଜିଲ୍ଲା ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିଛନ୍ତି ।