୨୨ ବର୍ଷ ତଳେ ବିଜେପିରେ ମିଶିବାକୁ ଚାହୁଁଥିଲେ ବୈଜୟନ୍ତ
୨୨ ବର୍ଷ ତଳେ ବିଜେପିରେ ମିଶିବାକୁ ଚାହୁଁଥିଲେ ବୈଜୟନ୍ତ
admin
Mar 5, 2019 - 02:56
Updated: Mar 5, 2019 - 02:56
ଭୁବନେଶ୍ୱର : ବିଜୁ ଜନତା ଦଳ ଗଢ଼ିବାରେ ତାଙ୍କର ଅନେକ ଭୂମିକା ରହିଛି । ସେ କେବେବି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁନଥିଲେ । ବିଜେଡ଼ିକୁ ମଜବୁତ କରୁଥିଲେ । କେବଳ ଆଦର୍ଶଗତ ଦୃଷ୍ଟିକୋଣରୁ କେତେକ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ଆସୁଥିଲେ । ହେଲେ କେତେକ ବ୍ୟକ୍ତି ତାଙ୍କ ବିରୋଧରେ ଏନେଇ ଅପପ୍ରଚାର କରିଆସୁଥିଲେ ବୋଲି ପ୍ରଚାର କରିବାରେ ହେଳା କରୁନଥିଲେ ବୈଜୟନ୍ତ । ହେଲେ ଏବେ ସେ ଦିଲ୍ଲୀରେ ନିଜର ମନର କଥା କହିଛନ୍ତି । ତାଙ୍କ ବିରୋଧରେ ଦଳ ପକ୍ଷରୁ ଓ ବିଭିନ୍ନ ମହଲରୁ ଯେଉଁ ଅଭିଯୋଗ ଆସୁଥିଲା ତାହା ସତ୍ୟ ବୋଲି ସାବ୍ୟସ୍ତ କରିଛନ୍ତି । ବିଜେପିରେ ମିଶିବା ବେଳେ ବୈଜୟନ୍ତ କହିଥିଲେଯେ, ସେ ଏକ ଆଂଚଳିକ ଦଳରେ ଥିଲେ । ହେଲେ ଦୁଃଖର କଥା, ବିଜେପିରେ ମିଶିବାକୁ ତାଙ୍କୁ ୨୨ ବର୍ଷ ଲାଗିଗଲା ବୋଲି ବୈଜୟନ୍ତ କହିଛନ୍ତି । ଅର୍ଥାତ୍ ଆଜି ନୁହେଁ ଗତ ଦୁଇ ଦଶନ୍ଧି ଧରି ବୈଜୟନ୍ତଙ୍କର ବିଜେପି ପ୍ରତି ଅନୁରକ୍ତି ରହିଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବୈଜୟନ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନଥିଲେ ।
ବିଜେପି ମୁଖ୍ୟାଳୟରେ ବୈଜୟନ୍ତ ପଣ୍ଡା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଥମେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରବି ଶଙ୍କର ପ୍ରସାଦ, ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।