୨୪ଘଣ୍ଟାରେ ରାଜ୍ୟରେ ୪୮୪୩ ପଜିଟିଭ

୨୪ଘଣ୍ଟାରେ ରାଜ୍ୟରେ ୪୮୪୩ ପଜିଟିଭ

୨୪ଘଣ୍ଟାରେ ରାଜ୍ୟରେ ୪୮୪୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪ହଜାର ୮୪୩କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୧୫ଜଣ ରହିଥିବାବେଳେ ୨୦୨୮ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୬୬୩ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୨୩ , ଅନୁଗୁଳରୁ ୫୮, କଟକରୁ ୩୭୯, ବାଲେଶ୍ୱରରୁ ୧୫୨, ବରଗଡରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୪୯, ଦେବଗଡରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡାରୁ ୭୦, କେନ୍ଦୁଝରରୁ ୮୧, କେରାପୁଟରୁ ୫୦, ମାଲକାନାଗିରିରୁ ୧୮, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡରୁ ୧୯୪, ନୂଆପଡାରୁ ୧୬୬, ପୁରୀରୁ ୭୨, ରାୟଗଡାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡରୁ ୭୩୫, ରାଜ୍ୟପୁଲରୁ ୧୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୫ହଜାର ୯୧୧କୁ ବୃଦ୍ଧି ପାଇଛି ।