ଜାଣନ୍ତୁ ରେଳ ବାତିଲ ଖବର

ଜାଣନ୍ତୁ ରେଳ ବାତିଲ ଖବର

ଜାଣନ୍ତୁ ରେଳ ବାତିଲ ଖବର

ଭୁବନେଶ୍ବର: ପଶ୍ଚିମବଙ୍ଗ ଖଡ଼ଗପୁର ରେଳମଣ୍ଡଳ ଅଧୀନ ହିଜଲି ରେଳ ରହଣିସ୍ଥଳରେ ଫେବୃଆରୀ ୧ରୁ ୪ ପର୍ୟ୍ୟନ୍ତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟ ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା କିଛି ରେଳ ବାତିଲ ହେବାକୁ ଥିବାବେଳେ ଆଉ କିଛି ରେଳ ଆଂଶିକ ବାତିଲ ରହିବ। କେତେକ ରେଳର ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

ବାତିଲ ହେବାକୁ ଥିବା ରେଳ ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ, ଯାଜପୁର କେନ୍ଦୁଝର ରୋଡ଼-ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ, ଶାଲିମାର-ହାଇଦରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ଶାଲିମାର-ବିଶାଖାପାଟନମ୍-ଶାଲିମାର ଏକ୍ସପ୍ରେସ, ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ, ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ, ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ, ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ, ବିଶାଖାପାଟଣା-ଦିଘା-ବିଶାଖାପାଟଣା ଏକ୍ସପ୍ରେସ, ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଏବଂ ପୁରୁଲିଆ – ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ ବାତିଲ ରହିବ। ଖଡ଼ଗପୁର ଏବଂ ବେଙ୍ଗାଲୁରୁ ରେଳ ମଣ୍ଡଳଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଫାଲକନାମା ଏକ୍ସପ୍ରେସ ଏବଂ ପ୍ରଶାନ୍ତି ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଛି।

ପୁରୀ-ଯଶୋବନ୍ତପୁର ଏକ୍ସପ୍ରେସକୁ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ୪ ଫେବୃଆରୀରେ ପୁରୀ ଏବଂ ୫ରେ ଯଶବନ୍ତପୁରରୁ ଛାଡିବାକୁ ଥିବା ରେଳ ପୁରୀ-ଯଶୋବନ୍ତପୁର-ପୁରୀ ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ଯଶୋବନ୍ତପୁର-ବାଙ୍ଗାରାପେଟ-ଜୋଲାରପେଟାଇ- ରେନିଗୁଣ୍ଟା-ଗୁଡ଼ୁର-ବିଜୟୱାଡା ମାର୍ଗରେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ। ୟେଲହଙ୍କା, ହିନ୍ଦୁପୁର, ଧର୍ମାଭରମ, ଅନନ୍ତପୁର, ଧୋନ, ମାରକାପୁର ରୋଡ଼, ନରସାରାଓପେଟ ଏବଂ ଗୁଣ୍ଟୁର ରେଳ ରହଣିସ୍ଥଳରେ ରହଣି କରିବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।