ଦିନକରେ ୧୯ ଜୀବନ ନେଲା କରୋନା

ଦିନକରେ ୧୯ ଜୀବନ ନେଲା କରୋନା

ଦିନକରେ ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଗୋଟିଏ ପଟେ କରୋନାର ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି, ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୪ହଜାର ୮୪୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୧୯ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ନବରଙ୍ଗପୁରରୁ ୨ଜଣ, ଅନୁଗୁଳରୁ ୨ଜଣ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ଏହା ସହିତ ଭଦ୍ରକ, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୫୯୪କୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତିି ୧୦ହଜାର ୨୬୭ଜଣ । ଏହାକୁ ମିଶାଇ ଏବେ ସୁଦ୍ଧା ୧୧ଲକ୍ଷ ୮୪ହଜାର ୧୭୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ୫୩ ହଜାର ୯୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪ହଜାର ୮୪୩କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୧୫ଜଣ ରହିଥିବାବେଳେ ୨୦୨୮ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୬୬୩ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।