ଜାଡ଼ରେ ଥରୁଛି ଓଡ଼ିଶା, କାଲି ଯାଏଁ ଜାରି ରହିବ

ଜାଡ଼ରେ ଥରୁଛି ଓଡ଼ିଶା, କାଲି ଯାଏଁ ଜାରି ରହିବ

ଜାଡ଼ରେ ଥରୁଛି ଓଡ଼ିଶା, କାଲି ଯାଏଁ ଜାରି ରହିବ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଆସନ୍ତାକାଲି ପର୍ୟ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାହାଡିଆ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୂଭୁତ ହେବ ପ୍ରବଳ ଜାଡ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ପାରଦ କମିବା ସହ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଶୀତ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ ଏବଂ କେନ୍ଦୁଝରରେ ପ୍ରବଳ ଶୀତ ଅନୁଭୂତ ହେବ ।

ସେହିପରି ପ୍ରବଳ ଶୀତକୁ ଦୃଷ୍ଟି ରଖି ୬ଟି ଜିଲ୍ଲାକୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ରାତ୍ରୀ ସମୟରେ ବାଇକ୍ କିମ୍ବା ଖୋଲା କାରରେ ଯାତାୟତ କରିବାକୁ ବାରଣ କରାଯାଇଛି ।