୪.୪୭ କୋଟି ଟଙ୍କା ଜବତ କଲା ଏସିବି

୪.୪୭ କୋଟି ଟଙ୍କା ଜବତ କଲା ଏସିବି

୪.୪୭ କୋଟି ଟଙ୍କା ଜବତ କଲା ଏସିବି
ହାଇଦ୍ରାବାଦ : ତେଲେଙ୍ଗାନାର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୪.୪୭ କୋଟି ଟଙ୍କା ଜବତ କରାଯାଇଛି । ପୂର୍ବତନ ଆଇଏମଏସ ନିଦେ୍ର୍ଧଶିକା ଏବଂ ଅନ୍ୟ ଜଣେ ସରକାରୀ ଅଧିକାରୀଙ୍କ ନିକଟରୁ ଏହି ଅର୍ଥ ଜବତ କରାଯାଇଛି । ଆଇଏମଏସ ନିଦେ୍ର୍ଧଶିକା ଦେବିକା ରାଣୀଙ୍କ ନିକଟରୁ ୩.୭୫ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ଇଏସଆଇର ଫାର୍ମାସିଷ୍ଟ ନାଗା ଲକ୍ଷ୍ମୀଙ୍କ ନିକଟରୁ ୭୨ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଏକ ଫ୍ଲାଟ କିଣିବା ପାଇଁ ସାଇବରାବାଦରେ ଏକ ବିଲ୍ଡର ସଂସ୍ଥାକୁ ଉଭୟ ଏହି ଅର୍ଥ ଦେଇଥିବା ଜଣାପଡିଛି । ଉଭୟ ଅଧିକାରୀ ପୂର୍ବରୁ ଗିରଫ ହୋଇ ଜେଲରେ ରହିଥିବା ବେଳେ ଏହି ଅର୍ଥ ହେରଫେର ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ୨୦୧୯ରେ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ଦେବିକା ରାଣୀଙ୍କୁ ଗିରଫ କରିଥିଲା ପୋଲିସ୍ ।