୫୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୫୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୫୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି 52 ହଜାର 952ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦେଶରେ 35 ହଜାର 902 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 15 ହଜାର 267 ଜଣ । ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 3500ଟି ନୂଆ ମାମଲା ଆସିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନିଦିନ ମଧ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ମଇ 4 ତାରିଖରେ ଦେଶରେ 41 ହଜାର ସଂକ୍ରମିତ ଥିବାବେଳେ ମେ 7 ତାରିଖରେ ଏହା 53 ହଜାର ପାଖରେ ପହଞ୍ଚିଛି । ଜାଣନ୍ତୁ କେଉଁ ସ୍ଥାନରେ କେତେ ମୃତ? ମହାରାଷ୍ଟ୍ରରେ -16758ଆକ୍ରାନ୍ତ, 651ମୃତ୍ୟୁ ଗୁଜୁରାଟରେ -396 ମଧ୍ୟପ୍ରଦେଶରେ -158 ରାଜସ୍ଥାନରେ- 92 ଦିଲ୍ଲୀରେ- 65 ଉତ୍ତରପ୍ରଦେଶରେ- 60 ପଶ୍ଚିମବଙ୍ଗରେ- 144 ଆନ୍ଧ୍ରପ୍ରଦେଶରେ -36 କଣ୍ଣାଟକରେ -29 ବିହାରରେ- 4 ହରିୟାଣାରେ -7 ହିମାଚଳ ପ୍ରଦେଶ ଓ ଓଡ଼ିଶାରେ-2 ଜମ୍ମୁକାଶ୍ମୀରରେ- 8, ଝାଡଖଣ୍ଡରେ- ତିନି କେରଳରେ- 4 ତେଲେଙ୍ଗାନାରେ -29 ଉତ୍ତରାଖଣ୍ଡ, ଆସାମ, ଚଣ୍ଡୀଗଡରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଦୁଇ ଜଣ ଲେଖାଏଁ ମୃତ୍ୟବରଣ କରିଛନ୍ତି ।