୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ
ଯାଜପୁର: ବୁଧବାର ଦିନ ଯାଜପୁର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି। ଘଟଣାରୁ ଜଣାପଡୁଛି ଯେ ପାଣିକୋଇଲି ଛକରେ ଚୋରା ବ୍ରାଉନ୍ ସୁଗାର ବ୍ୟବସାୟ କରୁଥିବା କଥା ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ଆଜି ସକାଳୁ ଅବକାରୀ ବିଭାଗ କର୍ମଚାରୀମାନେ ଛଦ୍ମବେଶୀ ଗ୍ରାହକ ସାଜି ବ୍ରାଉନ୍ ସୁଗାର୍ ଖରିଦ କରିବା ପାଇଁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲେ। ଯୁବକ ଦ୍ୱୟ ବାଲେଶ୍ୱରର ଅରଡ଼ ବଜାରରୁ ବ୍ରାଉନ୍ ସୁଗାର ଆଣି ତାକୁ ଦିଆଶିଲି ଖୋଳ ଓ ସିଗାରେଟ୍ ଖୋଳରେ ପ୍ୟାକ୍ କରି ବିକ୍ରୟ କରୁଥିଲେ।