‘ତାନାଜୀ : ଦ ଅନସଙ୍ଗ ୱାରିୟର’ ର ଆୟ ୧୦୬.୯୬ କୋଟି

‘ତାନାଜୀ : ଦ ଅନସଙ୍ଗ ୱାରିୟର’ ର ଆୟ ୧୦୬.୯୬ କୋଟି

‘ତାନାଜୀ : ଦ ଅନସଙ୍ଗ ୱାରିୟର’ ର ଆୟ ୧୦୬.୯୬ କୋଟି
ଗୋଟେ ପଟେ ଇତିହାସର ଜଣେ ଯୋଦ୍ଧାଙ୍କ କାହାଣୀ, ଅନ୍ୟ ପାଶ୍ୱର୍ରେ ଜଣେ ଲଢ଼ୁଆ ଝିଅର କାହାଣୀ । ଏହିଭଳି ଦୁଇଟି କାହାଣୀ ନେଇ ମୁକ୍ତିଲାଭ କରିଥିଲା ଅଜୟ ଦେବଗନଙ୍କ ‘ତାନାଜୀ : ଦ ଅନସଙ୍ଗ ୱାରିୟର’ ଓ ଦୀପିକା ପାଦୁକୋନଙ୍କ ‘ଛପାକ’ । ମାତ୍ର ବ୍ୟବସାୟ ଦୃଷ୍ଟିରୁ ୪ ଗୁଣ ଆଗେଇ ଯାଇଛି ତାନାଜୀ । ସପ୍ତାହେ ପରେ ମଧ୍ୟ ତାନାଜୀ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବକ୍ସ ଅଫିସ ଇଣ୍ଡିଆର ହିସାବ ମୁତାବକ ୬ ଦିନରେ ତାନାଜୀ ୧୦୬ କୋଟି ୯୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ମାତ୍ର ‘ଛପାକ’ ବୁଧବାର ୨ ରୁ ୨.୫ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ୬ ଦିନରେ ୨୬ କୋଟି ୧୭ ଲକ୍ଷର ବ୍ୟବସାୟ କରିଥିବା ଖବର ମିଳିଛି । ଏପରିକି ଛପାକ ଚଳଚ୍ଚିତ୍ର ବଡ଼ ମଲଟିପ୍ଲେକ୍ସରେ ସେମିତି ଖାସ ଚାଲିପାରିନାହିଁ । ଦୀପିକା ପାଦୁକୋନ ଜେଏନୟୁ ଯିବା ଘଟଣାର ଫିଲ୍ମ ଉପରେ ପ୍ରଭାବ ପଡ଼ିଛି ବୋଲି ଆଲୋଚନା ହେଉଥିଲେ ହେଁ ଅନେକ ବିଶେଷଜ୍ଞ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଫିଲ୍ମ ଯେମିତି ନିର୍ମିତ ହୋଇଛି, ସେମିତି ଲୋକଙ୍କ ପ୍ରଶଂସା ଭାଜନ ହେଉଛି ବୋଲି ଅନେକ କହିଛନ୍ତି । ପାଠକଙ୍କୁ ମନେ ପକାଇଦେବାକୁ ଚାହିଁବୁ ଯେ ଦୀପିକା ଯେବେ ଜେଏନୟୁ ଯାଇଥିଲେ ଛପାକ ଚଳଚ୍ଚିତ୍ରର ନିଦେ୍ର୍ଧଶିକା ମେଘନା ଗୁଲଜାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଆମେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ଅଲଗା ରଖିବା ଉଚିତ । ଯଦି କେହି ନିଜ ଜୀବନରେ କିଛି କରୁଛି ଓ ପେସାଦାର ଜୀବନକୁ ବି ନିଷ୍ଠା ସହ କରୁଛି, ତେବେ ଏ ସବୁକୁ ବୁଝିବା ଦରକାର ।