ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ସିରିଡି ସାଇ ମନ୍ଦିର

ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ସିରିଡି ସାଇ ମନ୍ଦିର

ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ସିରିଡି ସାଇ ମନ୍ଦିର
ମୁମ୍ବାଇ - ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ଆସନ୍ତାକାଲିଠାରୁ ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡ଼ିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଥିବା ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା ହୋଇଛି। ଏ ନେଇ କାହାରି କିଛି ଆପତ୍ତି ନାହିଁ, ହେଲେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବାରୁ ଏଭଳି ବିବାଦ ସୃଷ୍ଟି ହୋଇଛି। ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରର ଅହମଦ ନଗରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦିଆଯାଇଛି। ଖାଲି ସେତିକି ନୁହେଁ, ବିବାଦ ଯୋଗୁଁ ରବିବାର ଠାରୁ ଶିରିଡ଼ି ସାଇବାବା ମନ୍ଦିର ବନ୍ଦ ଡାକରା ଦିଆଯାଇଛି।