କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ

କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ

କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଆସିଲା ମହାରାଷ୍ଟ୍ର ମାମଲାର ଗୁରୁତ୍ୱପୁର୍ଣ୍ଣ ରାୟ । ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ । କାଲି ଅପରାହ୍ନ ୫ଟାରେ ବିଧାନସଭାରେ ହେବ ଆସ୍ଥା ଭୋଟ । ୫ଟା ସୁଦ୍ଧା ବିଧାୟକଙ୍କ ଶପଥ ଗ୍ରହଣ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଓପନ ବାଲଟରେ ଆସ୍ଥା ଭୋଟ କରିବାକୁ କୁହାଯାଇଛି । ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସଂଖ୍ୟା ଗରିଷ୍ଠାତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଫଡନାଭିସ । ଆସ୍ଥା ଭୋଟ ପରିଚାଳନା କରିବେ ଅସ୍ଥାୟୀ ବାଚସ୍ପତି ।