କେନ୍ଦ୍ର ସରକାରଙ୍କ ଦ୍ୱାରା ପିଇବା ପାଣିର ନମୁନା ରିପୋର୍ଟ ଜାରି : ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ

କେନ୍ଦ୍ର ସରକାରଙ୍କ ଦ୍ୱାରା ପିଇବା ପାଣିର ନମୁନା ରିପୋର୍ଟ ଜାରି : ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ

କେନ୍ଦ୍ର ସରକାରଙ୍କ ଦ୍ୱାରା ପିଇବା ପାଣିର ନମୁନା ରିପୋର୍ଟ ଜାରି : ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ପିଇବା ପାଣିର ନମୁନା ଯାଞ୍ଚ ପାଇଁ ଦେଶର ୨୧ ସହରରେ କରାଯାଇଥିବା ସର୍ଭେରେ ଭୁବନେଶ୍ୱର ସହରର ପାଣି ଗୁଣବତ୍ତା ଦୃଷ୍ଟିରୁ ଦ୍ୱିତୀୟ ସର୍ବୋତ୍ତମ ବୋଲି ଜଣାପଡ଼ିଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ବୁ୍ୟରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ୱାରା ପିଇବା ପାଣିର ଶୁଦ୍ଧତା ଉପରେ କରାଯାଇଥିବା ସର୍ଭେରେ ଦେଶର ୨୧ଟି ସହରରୁ ଜଳ ନମୁନା ଯାଞ୍ଚ କରାଯାଇଥିଲା । ଶୁଦ୍ଧତାରେ ଭୁବନେଶ୍ୱର ଏବଂ ହାଇଦ୍ରାବାଦ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ମୁମ୍ବାଇ ରହିଛି । ହାଇଦ୍ରାବାଦ ଓ ଓଡ଼ିଶା ପରେ ରାଞ୍ଚି ଓ ରାୟପୁର ସହରରେ ପାଣିର ଗୁଣବତ୍ତା ଉତ୍ତମ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାଶ ପାଶ୍ୱାନଙ୍କ ଦ୍ୱାରା ଆଜି ୱାଟର କ୍ୱାଲିଟି ରିପୋର୍ଟ'ର ଉନ୍ମୋଚନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ୧୦ଟି ସ୍ଥାନରୁ ପିଇବା ପାଣିର ୧୧ଟି ନମୁନା ପରୀକ୍ଷା କରାଯାଇଥିଲା । ୧୯ଟି ଗୁଣବତ୍ତା ସୂଚକରେ ଦିଲ୍ଲୀ ବିଫଳ ହୋଇଛି ଏବଂ ଦିଲ୍ଲୀର ପାଣି ଅଧିକ ଦୂଷିତ ଥିବା ରିପୋର୍ଟରୁ ଜଣାପଡ଼ିଛି । ଦ୍ୱିତୀୟ ପର୍ଯ୍ୟାୟରେ କରାଯାଇଥିବା ୨୦ଟି ପ୍ରମୁଖ ସହରର ପିଇବା ପାଣି ନମୁନା ଯାଞ୍ଚରେ ପ୍ରଥମ ସ୍ଥାନରେ ମୁମ୍ବାଇ ରହିଛି । ଅମରାବତୀ, ସିମଲା, ଚଣ୍ଡିଗଡ଼, ତ୍ରିବେନ୍ଦ୍ରମ୍, ପାଟନା, ଭୋପାଳ, ଗୌହାଟୀ, ବେଙ୍ଗାଲୁରୁ, ଗାନ୍ଧୀନଗର, ଲକ୍ଷ୍ନୌ ଓ ଜୟପୁର ସହରରେ ପିଇବା ପାଣିରେ ପ୍ରଦୂଷଣ ମାତ୍ରା ରହିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । ବୁ୍ୟରା ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ୱାରା ସାରା ଦେଶରେ ପିଇବା ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ପରୀକ୍ଷା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ୨୧ଟି ସହରରେ ଗୁଣବତ୍ତା ଯାଞ୍ଚ ଶେଷ ହେବା ପରେ ତୃତୀୟ ପର୍ଯ୍ୟାୟରେ ଉତ୍ତର-ପୂର୍ବ ରାଜ୍ୟ ଓ ଦେଶର ୧୦୦ ଟି ସ୍ମାର୍ଟ ସିଟିରୁ ପିଇବା ପାଣିର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆସନ୍ତା ବର୍ଷ ଜାନୁଆରୀ ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି କୁହାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାମାନଙ୍କରୁ ପିଇବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ । ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ସମଗ୍ର ଦେଶରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।