‘ସ୍ୱାସ୍ଥ୍ୟ ପାଇଁ ଯୋଗ, ଘରେ ଯୋଗ’
‘ସ୍ୱାସ୍ଥ୍ୟ ପାଇଁ ଯୋଗ, ଘରେ ଯୋଗ’
ନୂଆଦିଲ୍ଲୀ : ଜୁନ ୨୧କୁ ପ୍ରତିବର୍ଷ ଯୋଗ ଦିବସ ଭାବେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷର ଥିମ ରହିଛି ‘ସ୍ୱାସ୍ଥ୍ୟ ପାଇଁ ଯୋଗ, ଘରେ ଯୋଗ’ ।
କରୋନା ପାଇଁ ସାରା ବିଶ୍ୱରେ ଏବେ କଟକଣା ଲାଗିରହିଛି । ଫଳରେ ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ ହଜାର ହଜାର ଲୋକଙ୍କ ସମାଗମରେ ଯୋଗ ଦିବସ ପାଳନ କରାଯାଇପାାରୁନାହିଁ । ତେଣୁ ଘରେ ହିଁ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଶରୀର ସୁସ୍ଥ ରହିବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଯୋଗ । ଅଧିକରୁ ଅଧିକ ଲୋକ ଯୋଗ କରିବା ପାଇଁ ଉତ୍ସାହିତ କରାଯାଉଛି ।
ଏବେ ବିଦ୍ୟାଳୟ ବନ୍ଦ ରହିଛି । ଫଳରେ ସମର କ୍ୟାମ୍ପ ବି ବାତିଲ ହୋଇଯାଇଛି । ପିଲାମାନେ ଘରେ ରହୁଛନ୍ତି । ଖେଳକୁଦ ବନ୍ଦ ରହିଛି । ଏଭଳି କ୍ଷେତ୍ରରେ ଶାରୀରିକସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ହିଁ ସହାୟକ ହୋଇପାରିବ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି ।
ଯୋଗ ହେଉଛି ଏକ ପ୍ରାକ୍ତନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ । ଏହି ଶବ୍ଦଟି ସଂସ୍କୃତ ଶବ୍ଦରୁ ଆସିଥିବାବେଳେ ବିଶ୍ୱର ଯୋଗଗୁରୁ ଭାବେ ଆମ ଦେଶ ଭାରତ ଖ୍ୟାତି ଅର୍ଜନ କରିଛି । ୨୦୧୪ ଡିସେମ୍ବର ୧୧ରେ ଜାତିସଂଘ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛନ୍ତି ।