ଟିଏମସି ସାଂସଦ ଦିନେଶ ତ୍ରିବେଦୀଙ୍କ ରାଜ୍ୟସଭାରୁ ଇସ୍ତଫା

ଟିଏମସି ସାଂସଦ ଦିନେଶ ତ୍ରିବେଦୀଙ୍କ ରାଜ୍ୟସଭାରୁ ଇସ୍ତଫା

 ଟିଏମସି ସାଂସଦ ଦିନେଶ ତ୍ରିବେଦୀଙ୍କ ରାଜ୍ୟସଭାରୁ ଇସ୍ତଫା
ନୂଆଦିଲ୍ଲୀ: ରାଜ୍ୟସଭାରୁ ଜଣେ ଟିଏମସି ସାଂସଦ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି ଦିନେଶ ତ୍ରିବେଦୀ । ଇସ୍ତଫା ନେଇ ଦିନେଶ ରାଜ୍ୟସଭାରେ ଘୋଷଣା କରିଛନ୍ତି । ଏଥିସହ ନିଜ ରାଜ୍ୟରେ ଘଟି ଚାଲିଥିବା ହିଂସା ଦେଇ ଶ୍ରୀ ତ୍ରିବେଦୀ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋ ରାଜ୍ୟରେ ହିଂସା ଚାଲିଛି । ମୁଁ କିଛି କରିପାରୁନାହିଁ । ମୋ ଅନ୍ତରାତ୍ମା କହିଲା ଯଦି କିଛି କରିପାରୁନି ତେବେ ଇସ୍ତପା ଦେଇଦେବା ଉଚିତ ବୋଲି ଆଜି ରାଜ୍ୟସଭାରେ ଟିଏମସି ସାଂସଦ ଦିନେଶ ତ୍ରିବେଦୀ କହିଛନ୍ତି । ଉଲ୍ଲେଖନୀୟ ଯେ , ପଶ୍ଚିମବଙ୍ଗର ନିର୍ବାଚନ ଏବେ ମୁଣ୍ଡ ଉପରେ । ଆଉ ଏଥି ନେଇ ରାଜ୍ୟରେ ରାଜନୈତିକ ମାହୋଲ ପୂରା ସରଗରମ୍‌ । ସର୍ବଦା ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ରାଜନୀତିରେ ଦୁର୍ବଳ ରହିଥିବା ବିଜେପି ଚଳିତ ଥର ପୂରା ଶକ୍ତି ପ୍ରୟୋଗ କରିଛି । ବିଜେପି ଏହି ଥର ଏଠାର ଶାସନ ଡ଼ୋର ହାତେଇବାକୁ ଦାବି କରିଛି । ଏହାରି ଭିତରେ ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ , ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା , ଗୁଣ୍ଡାଗର୍ଦି କରିବା ଓ ସିବିଆଇ-ଇନ୍‌କମ୍‌ ଟ୍ୟାକ୍ସର ଭୟ ଦେଖାଇବା ବିଜେପିର କାମ। ଏମିତି କରି ସେ ସମସ୍ତଙ୍କୁ ଦବାଇବାକୁ ଚାହୁଁଛି ବୋଲି ମମତା କହିଛନ୍ତି ।