ଡାଇବେଟିସ ଥିଲେ ବ୍ଲକ ଫଙ୍ଗସ ଆଶଙ୍କା ଅଧିକ ରହିବ
ଡାଇବେଟିସ ଥିଲେ ବ୍ଲକ ଫଙ୍ଗସ ଆଶଙ୍କା ଅଧିକ ରହିବ
admin
May 21, 2021 - 09:32
Updated: May 21, 2021 - 09:32
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହବଢି ଚାଲିଛି । ତେବେ ଏହାରି ଭିତରେ ବ୍ଲାକ ଫଙ୍ଗସକୁ ନେଇ ସମସ୍ତଙ୍କୁ ଚିନ୍ତା ଘାରିଛି । ତେବେ କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ଘଟଣାକୁ ଏନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଡାଇବେଟିସ ଥିଲେ ବ୍ଲକ ଫଙ୍ଗସ ଆଶଙ୍କା ଅଧିକ ରହିବ । ତେବେ ରୋଗର କାରଣ ଓ ନିରାକରଣ ନେଇ ଏମସ ନିଦେ୍ର୍ଧଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ କହିଛନ୍ତି ଯେ, ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ ମୁ୍ୟକରମାଇକୋସିସ ବଢାଉଛି । କୋଭିଡ ଚିକିତ୍ସାବେଳେ ଅତ୍ୟଧିକ ଷ୍ଟିରଏଡ ବ୍ଲଡ ସୁଗାର ବଢାଉଛି । ବ୍ଲଡ ସୁଗାର ଅତ୍ୟଧିକ ରହିଲେ ମୁ୍ୟକରମାଇକୋସିସ ହେବା ସମ୍ଭାବନା ଅଧିକ ।
ତେବେ ଏହାର ନିରାକରଣ ପାଇଁ ଉଭୟ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି । ତାହା ହେଲା:
୧- ବ୍ଲଡ ସୁଗାର ଲେବୁଲ ନିୟନ୍ତରଣରେ ରଖିବା ସବୁଠାରୁ ଜରୁରୀ
୨- ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ ସୁଗାର ପରୀକ୍ଷା କରିବା
୩- କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ଦେଖିବା ଜରୁରୀ
ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ ନାକ ପୋଡ଼ିବା ବା ନାକ ଜାମ ହେବା । ଏହାଛଡ଼ା ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା ପ୍ରାଥମିକ ଲକ୍ଷଣ । ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ ବୋଲି ଏମସ ନିଦେ୍ର୍ଧଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ କହିଛନ୍ତି ।