ବାଇଗଣ ଆଚାର

ବାଇଗଣ ଆଚାର

 ବାଇଗଣ  ଆଚାର
ପ୍ରସ୍ତୁତି ସାମଗ୍ରୀ- ଛୋଟ ବାଇଗଣ ୧ କିଲୋ, ରିଫାଇନ ୧ କପ, ଭିନେଗାର ୧ କପ, ଚିନି ୧ ଚାମଚ, ପିଆଜ ୨ଟି, ଅଦା ୧୦ଗ୍ରାମ, ଲବଙ୍ଗ ୫ଟି, ତେଜପତ୍ର ୨ଟି ,ଲୁଣ ପରିମାଣ ମୁତାବକ ମେଥି ୧ ଚାମଚ, ଜିରା ୧ ଚାମଚ, ଧନିଆ ୧ ଚାମଚ, ସୋରିଷ ୧ ଚାମଚ, ରସୁଣ ୧ଟି, ଡାଲଚିନି ୨ ଖଣ୍ଡ , ଗୁଜୁରାତି ୧ ଟି ,ଲଙ୍କାଗୁଣ୍ଡ ୧ ଚାମଚ, ହଳଦୀଗୁଣ୍ଡ ୧ ଚାମଚ । ପ୍ରଣାଳୀ: ପିଆଜ, ଅଦା ରସୁଣକୁ ଛୋଟକରି କାଟନ୍ତୁ । ଧନିଆ, ଜିରା , ମେଥି, ସୋରିଷକୁ ଅଲଗା ଭାଜି ଗୁଣ୍ଡ କରି ରଖନ୍ତୁ । ପ୍ରତ୍ୟେକ ବାଇଗଣ ୪ ଖଣ୍ଡ କରି କାଟି ରଖନ୍ତୁ । କଡାଇରେ ତେଲ ଗରମ କରି ବାଇଗଣ ସବୁ ଛାଣି ଦିଅନ୍ତୁ । ବଳିଥିବା ତେଲରେ ଗରମ ମସଲା ଗୁଣ୍ଡ ଓ ତେଜପତ୍ର ପକାନ୍ତୁ । ସେଥିରେ କଟା ହୋଇଥିବା ପିଆଜ, ଅଦା , ରସୁଣକୁ ପକାନ୍ତୁ ଏବଂ ଭାଜନ୍ତୁ । ପିଆଜଭଜା ଲାଲ ହୋଇଆସିଲେ ସେଥିରେ ଭିନେଗାର, ଲୁଣ, ଚିନି ପକାଇ ଭାଜନ୍ତୁ । ପାଂଚ ମିନିଟ ପରେ ସେଥିରେ ଭଜା ବାଇଗଣ ପକାଇ ୧ ମିନିଟ ଫୁଟାଇ ଦିଅନ୍ତୁ । ଏହା ଥଣ୍ଡା ହେଇଗଲେ ଗୁଣ୍ଡମସଲା ଓ ଲଙ୍କାଗୁଣ୍ଡ ସବୁ ଭଲଭାବରେ ମିଶାଇ ବୋତଲରେ ରଖନ୍ତୁ । ଏହା ୬ ମାସ ପର୍ଯ୍ୟନ୍ତ ରହିବ ।