‘ଜିରୋ’ କ୍ୟାଲୋରୀଯୁକ୍ତ ଖାଦ୍ୟ

‘ଜିରୋ’ କ୍ୟାଲୋରୀଯୁକ୍ତ ଖାଦ୍ୟ

‘ଜିରୋ’ କ୍ୟାଲୋରୀଯୁକ୍ତ ଖାଦ୍ୟ
ନିଜ ଓଜନକୁ ନିୟନ୍ତ୍ରଣ ତଥା ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଖୁବ ଜରୁରୀ । ସବୁବେଳେ ତେଲମସଲା, ଛଣାଛଣି ଖାଦ୍ୟ ଖାଇଲେ ଆମ ହୃଦଯନ୍ତ୍ର ଉପରେ ପ୍ରଥମେ ପ୍ରଭାବ ପଡେ଼ । ସୁସ୍ଥ ରହିବାକୁ ଚାହୁଁଥିଲେ ସବୁଜ ପନିପରିବା ନିଜ ଡାଏଟରେ ସାମିଲ କରିବା ସହ ନିଶାସେବନଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ସକାଳ ଜଳଖିଆ ପରେ ଭୋକ ଲାଗିଲେ କଦଳୀ କିମ୍ବା ଗୋଟିଏ ସେଓ ଖାଇନିଅନ୍ତୁ । ଧ୍ୟାନରେ ରଖନ୍ତୁ ଅଧିକ ପରିମାଣରେ ମଧ୍ୟ ଏ ସବୁ ଯେପରି ନ ଖାଇବେ । କେତେକ ପରିସ୍ଥିତିରେ ଆପଣ ଫଳରସ ମଧ୍ୟ ପିଇପାରିବେ । ଭୋକ ଲାଗିଲେ ଆପଣ କାକୁଡ଼ି, ଟମାଟେ ସାଲାଡ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ । ଏଥିରେ ସାମାନ୍ୟ ପରିମାଣରେ ଅଲିଭ ତେଲ ମିଶାଇ ଖାଇଲେ ତାହାକୁ ଖାଦ୍ୟକୁ ସୁସ୍ୱାଦୁ ଅଧିକ କରିଥାଏ । ଆଖି ପାଇଁ ମହୌଷଧି ଭାବେ ଜଣାଯାଉଥିବା ଗାଜରକୁ ମଧ୍ୟ ଭୋକ ଲାଗୁଥିବା ସମୟରେ ଖାଇପାରନ୍ତି । ଏସବୁ ଖାଦ୍ୟରେ କ୍ୟାଲୋରୀ ନ ଥିବା ବେଳେ ତାହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।