ଏହି ସରଳ ଉପାୟରେ କରନ୍ତୁ ମାଛମଞ୍ଜି ଚଟ୍‍ପଟା

ଏହି ସରଳ ଉପାୟରେ କରନ୍ତୁ ମାଛମଞ୍ଜି ଚଟ୍‍ପଟା

ଏହି ସରଳ ଉପାୟରେ କରନ୍ତୁ ମାଛମଞ୍ଜି ଚଟ୍‍ପଟା
ମାଛମଞ୍ଜିକୁ ପ୍ରାୟତଃ କେବଳ ବରା କରି ଖାଇଥାନ୍ତି। ଏହାକୁ ବ୍ୟବହାର କରି ଆହୁରି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଆବଶ୍ୟକ ସାମଗ୍ରୀ: ମାଛମଞ୍ଜି (ବିହନ)- ୩୦୦ ଗ୍ରାମ ତେନ୍ତୁଳି- ୮/୯ ପୁଟ ଅଳ୍ପ ଭୁର୍ସୁଙ୍ଗାପତ୍ର ୩୦/୪୦ ଗ୍ରାମ ସୋରିଷ ୬/୭ଟି ଶୁଖିଲା ଲଙ୍କା ବଡ ଚାମଚରେ ୨ଚାମଚ ଗୁଡ/ଚିନି (ସ୍ୱାଦ ଅନୁଯାୟୀ) ଛୋଟ ଚାମଚରେ ୧ଚାମଚ ହଳଦି ଗୁଣ୍ଡ ଆବଶ୍ୟକତା ଅନୁସାରେ ତେଲ ଓ ଲୁଣ ପ୍ରସ୍ତୁତି: ଚୁଲିରେ ଏକ ପ୍ୟାନ୍‍ ବସାଇ ସେଥିରେ ତେଲ ଗରମ କରିବେ। ମାଛମଞ୍ଜିକୁ ଧୋଇ ଲୁଣ ଏବଂ ହଳଦି ଗୁଣ୍ଡ ଦେଇ ଛୋଟଛୋଟ ଗୁଳା କରି ଭଲଭାବେ ଭାଜି ଦିଅନ୍ତୁ। ସୋରିଷ ଓ ଲଙ୍କାକୁ ଗ୍ରାଇଣ୍ଡରରେ ବାଟି ପେଷ୍ଟ କରିଦେବେ। ନିଜ ସ୍ୱାଦ ଅନୁସାରେ ତେନ୍ତୁଳିର ପରିମାଣ ପାଣିରେ ଭିଜାଇ ରଖିଥିବେ। ଏବେ ପ୍ୟାନ୍‍ରେ ପୁଣି ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା ଓ ଅଳ୍ପ ସୋରିଷ ଫୁଟାଇବା ସହ ଭୁର୍ସୁଙ୍ଗା ପତ୍ର ପକାଇ ମାଛ ମଞ୍ଜି ଭଜାଗୁଡିକୁ ବି ପକାଇ ୨ମିନିଟ୍‍ ଖରଡି ଦିଅନ୍ତୁ। ତେନ୍ତୁଳିକୁ ଚକଟି ସେହି ପାଣି ଏବଂ ବଟା ସୋରିଷ ଏଥିରେ ପକାଇଦେବେ। ସ୍ୱାଦ ଅନୁସାରେ ଲୁଣ ଓ ଗୁଡ କିମ୍ବା ଚିନି ବି ମିଶାଇଦେବେ। କିଛି ସମୟ ଫୁଟିବା ପରେ ପ୍ୟାନ୍‍କୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ମାଛମଞ୍ଜି ଚଟ୍‍ପଟା।