ଉଚ୍ଚ ଶିକ୍ଷାରେ ସଂରକ୍ଷଣ ସଂକଳ୍ପ ବିଧାନସଭାରେ ପାରିତ

ଉଚ୍ଚ ଶିକ୍ଷାରେ ସଂରକ୍ଷଣ ସଂକଳ୍ପ ବିଧାନସଭାରେ ପାରିତ

 ଉଚ୍ଚ ଶିକ୍ଷାରେ ସଂରକ୍ଷଣ ସଂକଳ୍ପ ବିଧାନସଭାରେ ପାରିତ
ଭୁବନେଶ୍ୱର :ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ପାରିତ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ, ଇଞ୍ଜିନିୟରିଂ ନାମଲେଖାରେ ୧୫% ସଂରକ୍ଷଣ ନେଇ ସଂକଳ୍ପ ଆଣିଥିଲେ । ଯାହାକି ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ପୂର୍ବରୁ ସଂରକ୍ଷଣ ପାଇଁ କ୍ୟାବିନେଟ୍‌ରେ ଆସିଥିଲା ପ୍ରସ୍ତାବ । ନବୀନ ବିଧାନସଭାରେ ଏହି ସଂକଳ୍ପ ଆଣିଥିବା ବେଳେ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢ଼ିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଯଥେଷ୍ଟ ସହାୟକ ହେବ। ଏହାବାଦ ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମର୍ଥନ କରିଛନ୍ତି ।