ଉତ୍କଳ ଦିବସ ପାଳନ ନେଇ କଟକଣା ଜାରି କଲେ ଏସଆରସି
ଉତ୍କଳ ଦିବସ ପାଳନ ନେଇ କଟକଣା ଜାରି କଲେ ଏସଆରସି
admin
Mar 26, 2021 - 10:05
Updated: Mar 26, 2021 - 10:05
ଭୁବନେଶ୍ଵର : ପୁଣି ଓଡ଼ିଶାକୁ ଘାରିଛି କରୋନା ଭୟ । ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ ନେଇ କଟକଣା ଜାରି କରିଛନ୍ତି ଏସଆରସି।
ଉତ୍କଳ ଦିବସ ସମାରୋହରେ ଅଧିକ ଗହଳିକୁ କଡା ବାରଣ କରାଯାଇଛି।
ସର୍ବାଧିକ ୨ ଶହ ଲୋକଙ୍କୁ ଅନୁମତି ମିଳିବ।
ସଭାରେ ସାମାଜିକ ଦୂରତ୍ଵ, ମାସ୍କ, ଓ ସାନିଟାଇଜର ବାଧ୍ୟତାମୂଳକ କରାଯିବ।
କୌଣସି ଅନୁଷ୍ଠାନ ସଭା କରିବାକୁ ଚାହିଁଲେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ବୋଲି ଏସଆରସି କହିଛନ୍ତି।
କରୋନା ଲେଉଟାଣି କୋପ ଭୟଙ୍କର ହେଲାଣି । ମାଡ଼ି ମାଡ଼ି ଚାଲିଛି । ଦୈନିକ ପଜିଟିଭ୍ ସଂଖ୍ୟା ଡରାଉଛି। ଆକ୍ଟିଭ୍ କେସ୍ ବଢ଼ୁଥିବା ଦେଖି ଲୋକେ ଛାନିଆ ହେଲେଣି । ସମସ୍ତଙ୍କ ଛାତି ଧଡ଼ଧଡ୍ ହୋଇଛି । ୨୪ ଘଣ୍ଟା ରାଜ୍ୟରେ ୨୩ ଟି ଜିଲ୍ଲାରୁ ୨୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୯୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।