ସମ୍ବଲପୁରରେ ସାଇବର ଠକେଇ ଘଟଣାର ପର୍ଦ୍ଧାଫାସ

ସମ୍ବଲପୁରରେ ସାଇବର ଠକେଇ ଘଟଣାର ପର୍ଦ୍ଧାଫାସ

ସମ୍ବଲପୁରରେ ସାଇବର ଠକେଇ ଘଟଣାର ପର୍ଦ୍ଧାଫାସ
ସମ୍ବଲପୁର: ସମ୍ବଲପୁରରେ ସାଇବର ଠକେଇ ଘଟଣାର ପର୍ଦ୍ଧାଫାସ ହୋଇଥିବାବେଳେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବାକୁ କହି ୨୬ ଲକ୍ଷ ୫୦ ହଜାର ଠକି ନେଇଥିବା ଜଣାପଡିଛି । ଅଭିଯୁକ୍ତ ଯତୀନ ସେହଗଲକୁ ଦିଲ୍ଲୀରୁ ଗିରଫ କରିଛି ସମ୍ବଲପୁର ସାଇବର ପୋଲିସ୍ । ଯତୀନ ଠାରୁ ୧୦ ଲକ୍ଷ ଟଙ୍କା, ଏଟିଏମକାର୍ଡ, ଗାଡି ଜବତ କରାଯାଇଛି । ଫେସବୁକ୍ରେ ଜାଲ କମ୍ପାନୀ ନାଁରେ ବିଜ୍ଞାପନ ଦେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତ ମେ’ରେ ମାସ୍କ ଦୋ ନାଁରେ ୫ଟି କିସ୍ତିରେ ୨୬.୫ ଲକ୍ଷ ଠକିଥିଲା । ଉତରାଂଚଳ ଆଇଜି ନରସିଂହ ଭୋଳ ପ୍ରେସ୍ମିଟରେ ଏନେଇ ସୂଚନା ଦିଆଯାଇଛି ।