ରାଜ୍ୟରେ ୧ କୋଟି ଲୋକଙ୍କୁ ହେବ ଟିକାରକଣ : ବିଜୟ ପାଣିଗ୍ରାହୀ

ରାଜ୍ୟରେ ୧ କୋଟି ଲୋକଙ୍କୁ ହେବ ଟିକାରକଣ : ବିଜୟ ପାଣିଗ୍ରାହୀ

ରାଜ୍ୟରେ ୧ କୋଟି ଲୋକଙ୍କୁ ହେବ ଟିକାରକଣ : ବିଜୟ ପାଣିଗ୍ରାହୀ
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଘାରିଛି କରୋନା ଭୟ । ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟ ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ ବୋଲି ଜଣାପଡିଛି । ରାଜ୍ୟରେ ପ୍ରାୟ ୧ କୋଟି ଲୋକଙ୍କୁ ଟିକାକରଣ କରାଯିବ । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ । ଏଯାଏ ୨୦ ଲକ୍ଷ ୯୫ ହଜାର ଲୋକ ଟିକା ନେଇ ସାରିଲେଣି । ଏବେ ୫ ଲକ୍ଷ ଟିକା ମହଜୁଦ ଅଛି, ସନ୍ଧ୍ୟାରେ ଆଉ ୫.୪୦ ଲକ୍ଷ ଆସିବ । ଟିକାକରଣ କେନ୍ଦ୍ର ହଜାରେରୁ ଅଧିକ ହେବ, ଦୈନିକ ଦେଢ଼ଲକ୍ଷ ଟିକା ଦିଆଯିବ ।