ଏ ବର୍ଷ ଭାଇଜାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ

ଏ ବର୍ଷ ଭାଇଜାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ

 ଏ ବର୍ଷ ଭାଇଜାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ
ଭାଇଜାନ ସଲମାନ ଖାନ ପ୍ରଶଂସକଙ୍କ ପାଇଁ ଗୋଟିଏ ନୁହେଁ ତିନି ତିନୋଟି ଭଲ ଖବର । ଏ ବର୍ଷ ଭାଇଜାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସଲମାନ ସୂଚନା ଦେଇଛନ୍ତି । ସେଗୁଡ଼ିକ ହେଲା ‘କିକ-୨’, ‘ଟାଇଗର-୩’, ‘କଭି ଇଦ କଭି ଦିୱାଲି’ । ମାତ୍ର ସିଙ୍ଗଲ ସ୍କି୍ରନ ହଲ ଗୁଡ଼ିକ ଗୋଟେ ବର୍ଷରେ ସଲମାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ ନ କରିବାକୁ ଅନୁରୋଧ କରିଛନ୍ତି । କାରଣ ଅନେକ ଚଳଚ୍ଚିତ୍ର କରୋନା ପାଇଁ ବଡ଼ ପରଦାକୁ ଆସି ପାରିନଥିଲା । ବର୍ତ୍ତମାନ ଏହି କଟକଣା ହଟିବାରୁ ସମସ୍ତେ ଧୀରେ ଧୀରେ ଚଳଚ୍ଚିତ୍ରକୁ ରୂପେଲି ପରଦାକୁ ଆଣିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ଅପରପକ୍ଷେ ଏହି ତିନିଟି ଚଳଚ୍ଚିତ୍ର ଅପେକ୍ଷା ସଲମାନଙ୍କର ପ୍ରଶଂସକମାନେ ‘ରାଧେ’ ଚଳଚ୍ଚିତ୍ର ମୁକ୍ତିଲାଭକୁ ନେଇ ଖୁବ ଉତ୍ସାହିତ ଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।