ଟ୍ୱିଟ ପାଇଁ ୧୮ କୋଟି ନେଇଛନ୍ତି ରିହାନା

ଟ୍ୱିଟ ପାଇଁ ୧୮ କୋଟି ନେଇଛନ୍ତି ରିହାନା

ଟ୍ୱିଟ ପାଇଁ ୧୮ କୋଟି ନେଇଛନ୍ତି ରିହାନା
ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନେ୍ଦାଳନକୁ ସମର୍ଥନ ଜଣାଇ ଟ୍ୱିଟ କରିଥିବା ଆମେରିକୀୟ ପପ ଷ୍ଟାର ରିହାନା ଏବେ ବିବାଦରେ ପଡ଼ିଛନ୍ତି । ଟ୍ୱିଟ ପାଇଁ ତାଙ୍କୁ ୨.୫ ନିୟୁତ ଡଲାର ବା ପ୍ରାୟ ୧୮ କୋଟି ଟଙ୍କା ଦିଆଯାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ଖଲିସ୍ତାନୀ ଲିଙ୍କ ରଖିଥିବା ଏକ ଲୋକ ସମ୍ପର୍କ (ପବ୍ଲିକ ରିଲେସନ) ସଂସ୍ଥା ଦ୍ୱାରା ରିହାନାଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କୁହାଯାଇଛି । ଟ୍ୱିଟରରେ ରିହାନାଙ୍କର କୋଟି କୋଟି ଅନୁଗାମୀ ଥିବାରୁ ଚାଷୀ ଆନେ୍ଦାଳନ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ୱିଟ ପାଇଁ ରିହାନା ୧୦୦ କୋଟି ଟଙ୍କା ଦାବି କରିଥାଇପାରନ୍ତି ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କଟାକ୍ଷ କରି କହିଛନ୍ତି । ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ପ୍ରସଙ୍ଗରେ ରିହାନା ଟ୍ୱିଟ କରିଥିଲେ । ସେପଟେ ଭାରତର ଘରୋଇ ମାମଲାରେ ମନ୍ତବ୍ୟ ଦେଇ ସ୍ୱିଡେନର ପରିବେଶବିତ ଗ୍ରେଟା ଥନବର୍ଗ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ତାଙ୍କୁ ଭାରତରେ ଜୋରଦାର ବିରୋଧ କରାଯାଉଛି ।