କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୭୮୪ ନୂଆ କରୋନା ପଜିଟିଭ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୭୮୪ ନୂଆ କରୋନା ପଜିଟିଭ ଚିହ୍ନଟ
admin
Apr 13, 2021 - 04:52
Updated: Apr 13, 2021 - 04:52
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୧୭୮୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୧୭୮୪ ମଧ୍ୟରୁ କ୍ୱାରେଂଟିନରୁ ୧୦୩୫, ଲୋକାଲ କେସରୁ ୭୪୯ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲରୁ ସର୍ବାଧିକ ୩୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ -୧୪୧, ଖୋର୍ଦ୍ଧା-୨୦୧, ବାଲେଶ୍ୱର-୭୨ , ସମ୍ବଲପୁର-୧୧୪ , କଳାହାଣ୍ଡି-୬୮ , , ବରଗଡ-୮୭, ବଲାଙ୍ଗିର-୯୧ , ନବରଙ୍ଗପୁର-୬୭ , କଟକ-୫୯, ପୁରୀ-୫୩, ଷ୍ଟେଟପୁଲ ୪୬,କେନ୍ଦୁଝର-୫୪, ଅନୁଗୁଳ-୨୦, ଝାରସୁଗୁଡା-୧୦ , ମୟୂରଭଞ୍ଜ-୨୭ , , ରାୟଗଡା-୨୫, କେନ୍ଦ୍ରାପଡା-୧୮,ଗଜପତି-୧୬, ଭଦ୍ରକ-୩୦, ଦେବଗଡ-୧୨,କନ୍ଧମାଳ-୧୩, ନୟାଗଡ-୧୪, ଜଗତସିଂହପୁର-୭, କେରାପୁଟ-୧୦, ବୌଦ୍ଧ-୪,ମାଲକାନଗିରି-୧ , ସୁବର୍ଣ୍ଣପୁର-୬, ଓ ଢେଙ୍କାନାଳ-୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୧୦,୫୦୩ୟ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୪୦ ହଜାର ୬୦୦ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।