ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ, ଖାଦ୍ୟ ଓ ଜଳ ବିନା ବଂଚିଥିଲେ ୭୬ ବର୍ଷ ।
ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ, ଖାଦ୍ୟ ଓ ଜଳ ବିନା ବଂଚିଥିଲେ ୭୬ ବର୍ଷ ।
admin
May 27, 2020 - 08:21
Updated: May 27, 2020 - 08:21
ଅହମ୍ମଦାବାଦ: ବିନା ଖାଦ୍ୟ ଓ ପାନୀୟରେ ୭୬ ବର୍ଷ ଧରି ବଞ୍ଚିଛନ୍ତି ବୋଲି ଦାବି କରିଆସୁଥିବା ବାବା ପ୍ରହଲ୍ଲାଦ ଜାନିଙ୍କର ମଙ୍ଗଳବାର ଗାନ୍ଧିନଗର ନିକଟ ଚରଦା ଗ୍ରାମରେ ପରଲୋକ ଘଟିଛି । ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ନିଜକୁ ମାତା ଅମ୍ବାଙ୍କର ଅବତାର ବୋଲି କହିବା ସହ ଲାଲ ଶାଢ଼ି ପିନ୍ଧି ନାରୀଙ୍କ ବେଶ ଧାରଣ କରୁଥିଲେ । ତେଣୁ ଚୁନରୀବାଲା ମାତାଜୀ ନାମରେ ସେ ପରିଚିତ ଥିଲେ । ଜନ୍ମ ସ୍ଥାନରେ କିଛି ଦିନ ରହିବା ପାଇଁ ମନ ବଳାଇବାରେ ଭକ୍ତମାନେ ତାଙ୍କୁ କିଛି ଦିନ ପୂର୍ବେ ତାଙ୍କ ଗାଁକୁ ନେଇ ଯାଇଥିଲେ । ମଙ୍ଗଳବାର ତାଙ୍କ ମୃତ ଶରୀରକୁ ବନସ୍କଣ୍ଟା ଜିଲ୍ଲା ଅନ୍ତର୍ଗତ ଅମ୍ବାଜୀ ମନ୍ଦିର ପରିସରରେ ଥିବା ଗୁମ୍ଫା ଆଶ୍ରମକୁ ଅଣାଯାଇଛି । ସେଠାରେ ଦୁଇ ଦିନ ରଖାଯିବା ପରେ ସମାଧି ଦିଆଯିବ ବୋଲି ଭକ୍ତମାନେ କହିଛନ୍ତି । ମାତ୍ର ୧୪ ବର୍ଷ ବୟସରୁ ଐଶ୍ୱରୀକ ଶକ୍ତି ବଳରେ ସେ ଖାଦ୍ୟ ଓ ଜଳ ପରିତ୍ୟାଗ କରିଥିଲେ । ସେବେଠାରୁ ଖାଦ୍ୟ ଓ ଜଳ ବିନା ଜୀବନ ଧାରଣ କରୁଥିବା ନେଇ ପ୍ରହଲ୍ଲାଦଙ୍କ ଦାବି ଅନୁସାରେ ୨୦୦୩ ଓ ୨୦୧୦ ରେ ବୈଜ୍ଞାନିକମାନେ ତାଙ୍କର ପରୀକ୍ଷା ନିରୀକ୍ଷା କରିଥିଲେ । ଏମିତିକି ୨୦୧୦ରେ ବାବା କିପରି କେବଳ ବାୟୁ ସେବନ କରି ବଞ୍ଚୁଛନ୍ତି ତାହା ଜାଣିବା ପାଇଁ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଫିଜିଓଲୋଜି ଆଣ୍ଡା ଆଲାଏଡ ସାଇନ୍ସେସ (ଡିଆଇପିଏଏସ୍) ପକ୍ଷରୁ ୧୫ ଦିନ ତାଙ୍କର ଅନୁଧ୍ୟାନ କରାଯାଇଥିଲା । ଜାନି ଖାଦ୍ୟ ଓ ଜଳ ବିନା ଜୀବନ ଧାରଣ ତଥା ନିର୍ଜଳା ଉପବାସର କୌଣସି ଚରମ ଉପଲବ୍ଧି ହାସଲ କରିଥିବା ଡିଆଇପିଏଏସର ବୈଜ୍ଞାନିକମାନେ ମତ ଦେଇଥିଲେ ।