ରାଜଧାନୀରୁ ଆଜି ଆଉ ୧୨୯୪ ପଜିଟିଭ୍ ଚିହ୍ନଟ

ରାଜଧାନୀରୁ ଆଜି ଆଉ ୧୨୯୪ ପଜିଟିଭ୍ ଚିହ୍ନଟ

 ରାଜଧାନୀରୁ ଆଜି ଆଉ ୧୨୯୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଆମ ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪୨୦୫ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୧୦,୮୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ମୃତୁ୍ୟବରଣ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୨୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୯୪ ଜଣଙ୍କ ମଧ୍ୟରୁ କ୍ୱାରେଂଟିନରୁ ୧୬୩ ଓ ଲୋକାଲ କେସରୁ ୧୧୩୧ ଜଣ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ-୬୨ ,ପଟିଆ-୫୭, ଲକ୍ଷ୍ମୀସାଗର-୩୬, ଖଣ୍ଡଗିରି-୪୪, ଓଲ୍ଡ ଟାଉନ-୪୨, ବରଗଡ-୪୬, ରସୁଲଗଡ-୩୬, ସୁନ୍ଦରପଦା-୩୧, ଡୁମୁଡୁମା-୩୩, ଚନ୍ଦ୍ରଶେଖରପୁର-୩୪, ବରମୁଣ୍ଡା-୩୪, ମଂଚେଶ୍ୱର-୩୨, ଝାରପଡା-୩୧ ଓ ଜଗମୋହନ ନଗର-୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୫୭ ହଜାର ୬୬କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ କରୋନାରୁ ଆଜି ୮୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।