ଦେଶରେ କରୋନା ସୁନାମୀ: ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ଜଣ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ଜଣ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ଜଣ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଦେଶରୁ ୩ ଲକ୍ଷ ୬୨ ହଜାର ୭୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୬୨ ହଜାର ୭୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪୧୨୦ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ ରେ ପହଂଚିଛି । ଦେଶରେ ୩୭ ଲକ୍ଷ ୧୦ ହଜାର ୫୨୫ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୧୭ କୋଟି ୭୨ ଲକ୍ଷ ୧୪ ହଜାର ୨୫୬ ଜଣ ଟିକା ନେଇ ସାରିଲେଣୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।