ସୁପ୍ରିମକୋର୍ଟଙ୍କ ପକ୍ଷରୁ ଟୁଇଟରକୁ ନୋଟିସ ଜାରି

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଟୁଇଟରକୁ ନୋଟିସ ଜାରି

 ସୁପ୍ରିମକୋର୍ଟଙ୍କ ପକ୍ଷରୁ ଟୁଇଟରକୁ ନୋଟିସ ଜାରି
ନୂଆଦିଲ୍ଲୀ: ଟୁଇଟରକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଟୁଇଟର ମାଧ୍ୟମରେ ହିଂସାର ପ୍ରସାରକୁ ନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର, ଟୁଇଟର କର୍ତ୍ତୃପକ୍ଷ ଓ ଅନ୍ୟ ପକ୍ଷମାନଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । ହିଂସାକୁ ପ୍ରୋତ୍ସାହନ ଦେଉଥିବା ବିଷୟବସ୍ତୁ ଓ ବିଜ୍ଞାପନ ଯାଞ୍ଚ ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବୋଗସ ଆକାଉଣ୍ଟ ମାଧ୍ୟମରେ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ଆକାଉଣ୍ଟକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମ ଧାରା ୬୯-ଏ’ର ଉଦାହରଣ ଦେଇ ଟ୍ବିଟର ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।