ସ୍ୟାଟ ଉଚ୍ଛେଦ ବିଜ୍ଞପ୍ତି ବିରୋଧରେ ଦାୟର ୬ ମାମଲା ଖାରଜ

ସ୍ୟାଟ ଉଚ୍ଛେଦ ବିଜ୍ଞପ୍ତି ବିରୋଧରେ ଦାୟର ୬ ମାମଲା ଖାରଜ

 ସ୍ୟାଟ ଉଚ୍ଛେଦ ବିଜ୍ଞପ୍ତି ବିରୋଧରେ ଦାୟର ୬ ମାମଲା ଖାରଜ
କଟକ : ଓଡ଼ିଶା ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ) ଉଚ୍ଛେଦ ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ହାଇକୋର୍ଟରେ କାଏମ ରହିଛି । ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ ଗ୍ରିଭାନ ସେସ୍ ଆଣ୍ଡ ପେନସନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯, ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ମାର୍ଚ୍ଚ ୩ରେ ହାଇକୋର୍ଟ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ରାୟ ପ୍ରକାଶ ପାଇଛି । ସ୍ୟାଟ୍ ଉଚ୍ଛେଦ ସଂପର୍କିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ହାଇକୋର୍ଟ କହିବା ସହିତ ସମସ୍ତ ୬ଟି ରିଟ ପିଟିସନକୁ ଖାରଜ କରିଛନ୍ତି । ଏଥି ସହିତ ସ୍ୟାଟରେ ବିଚାରାଧୀନ ମାମଲା ଅନ୍ୟ ଅଦାଲତକୁ ସ୍ଥାନାନ୍ତର ପ୍ରସଂଗରେ ଅଙ୍କୁଶ ଜାରି କରି ୨୦୧୯, ଅଗଷ୍ଟ ୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିଦେ୍ର୍ଧଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି ।