ବେଳାଭୂମିରେ ଅନୁଷ୍ଠିତ ହେବ ୪୫ତମ କୁମାର ଉତ୍ସବ

ବେଳାଭୂମିରେ ଅନୁଷ୍ଠିତ ହେବ ୪୫ତମ କୁମାର ଉତ୍ସବ

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ପରିଷଦ  ଅନୁକୂଲ୍ୟରେ ୪୫ ତମ କୁମାର ଉତ୍ସଵ ଚଳିତ ମାସ ୧୭ ଓ ୧୮ ଦୁଇ ଦିନ ଧରି ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହେବ । ୪୫ତମ କୁମାର ଉତ୍ସଵ ମୁଖ୍ୟ ଆକର୍ଷଣ ରହିଛି ବଲିଉଡ ଗାୟକ ରେମୋ ଘୋଷ ଓ ଏଶ୍ୱର୍ଯ୍ୟ ପଣ୍ଡିତ । ଓଡ଼ିଶାର କଳା ,ସଂସ୍କୃତି ଓ ପରମ୍ପରାକୁ ନେଇ କୁମାର ଉତ୍ସଵ । ଉଦ୍ଘାଟନୀ ଉତ୍ସଵ ପ୍ରଥମ ଦିନ ସକାଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହେବ । ଉକ୍ତ ଦିନ ସନ୍ଧ୍ୟାରେ ଅନୁଷ୍ଠାନର ଯୁବକ ,ଯୁବତୀଙ୍କ ଦ୍ୱାରା କୁମାର ପୁହ୍ନେଇ ରାତି, ମନେ ଭରି ଦିଏ ତାତି  ସହ ମାହାରୀ ନୃତ୍ୟ, ଆରତୀ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଆଧୁନିକ ନୃତ୍ୟ ଓ ମ୍ୟୁଜିକାଲ ନାଇଟ ପ୍ରଦର୍ଶିତ ହେବ।ସେହିପରି ଦ୍ଵିତୀୟ ଦିନରେ ନାଚ ଘର ପକ୍ଷରୁ ଓଡିଶୀ ନୃତ୍ୟ,ଲାଇଭ ସମ୍ବଲପୁରୀ ଗୀତ  ଓ ବଲିଉଡ ଗାୟକ ରେମୋ ଘୋଷ ଓ ଏଶ୍ୱର୍ଯ୍ୟ ପଣ୍ଡିତଙ୍କ ଦ୍ଵାରା ମ୍ୟୁଜିକାଲ ନାଇଟ ପ୍ରଦର୍ଶିତ ହେବ।ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।