ବଡ ଧରଣର ସଡକ ଦୁର୍ଘଟଣା ; ୫ ମୃତ

ବଡ ଧରଣର ସଡକ ଦୁର୍ଘଟଣା ; ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟା ଜିଲାରେ ସକାଳ ସମୟରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌‌ କେନାଲକୁ ଖସି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଖୁବ୍‌‌ ଜୋରରେ ଚିତ୍କାର ଶୁଣାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, କାସଗଞ୍ଜ ଜିଲାର ଗଞ୍ଜଣ୍ଡୱାରା ଥାନା ଅନ୍ତର୍ଗତ ଏକ ଗାଁର ବାସିନ୍ଦା ଜଣେ ମହିଳାଙ୍କ ଚିକିତ୍ସା ନିମନ୍ତେ ଏଟା ନେଇ କରି ଯାଉଥିଲେ। ସେହି ସମୟରେ ପୋଲ ଉପରେ ଯିବା ସମୟରେ ଦ୍ରୁତ ଗତିରେ ଥିବା ହେତୁ କାର୍‌‌ଟି ଅନିୟନ୍ତ୍ରିତ ହୋଇ କେନାଲ ମଧ୍ୟକୁ ଖସି ପଡିଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ କାରରେ ଫସିଥିବା ସଭିଁଙ୍କୁ ବାହାର କରିଥିଲେ। ସେଠାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସଭିଁଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।