କଂଗ୍ରେସ ରାଲି ବେଳେ ଅତିରିକ୍ତ ଏସପିଙ୍କ ଦବଙ୍ଗଗିରି

ବାବୁଙ୍କର ଦବଙ୍ଗ ଷ୍ଟାଇଲ ଦେଖିଲେତ ଆଜ୍ଞା । ଏ ହେଉଛିୁ ପୁରୀର ଜିଲ୍ଲାର ଅତିରିକ୍ତ ଏସପି ସୁଶୀଲ ମିଶ୍ର । ବାବୁଙ୍କ ଅସଲ ଚେହେରା ଏବେ ସମସ୍ତଙ୍କ ସାମ୍ମାକୁ ଆସିଛି । ଛେଳି ଚୋବାଇଲା ଭଳି କଣ ଗୁଡା ପାଟିରେ ପୁରେ ଚୋଇ ଏମିତି ଚାଲିଛନ୍ତି, ଦେହରେ ଜଦି ୟୁନିର୍ଫମ ନଥାନ୍ତା ତେବେତ ବାବୁଙ୍କ ଷ୍ଟାଇଲ ଲଫଙ୍ଗା ମାନଙ୍କ ଠାରୁ କିଛି କମ୍ ନୁହେଁ । ଥରେ ନିନ୍ତା କରିଦେଖିଲେ ଏଇମାନେ ଅର୍ଥାତ ଏମାନଙ୍କ ଭଳି କିଛି ପୁଲିସିଆ ବାବୁ ମାନେ ଡିପାଟମେଣ୍ଟରେ ଯଦି ରହିବେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେବ ନା ବଢିବ । ଏବେ ସ୍ପଷ୍ଟ ଜାଣାପଡୁଛି ବାସ୍ତବରେ ଦିନକୁଦିନ କାହିଁକି ପୁରୀରେ ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା ବଢ଼ିଚାଲିଛି । ଆମେ ଏକଥା ଏଥିପାଇଁ କହୁଛୁ ଯଦି ଗୋଟେ ପୁରୁଣା ଏବଂ ଜାତୀୟ ରାଜନୈତିକ ଦଳର ବରିଷ୍ଠ ନେତା ମାନଙ୍କ ସହ ଏମିତି ବ୍ୟବହାର କରନ୍ତି ଅତିରିକ୍ତ ଏସ୍ପି ତେବେ ସାଧାରଣ ଲୋକଙ୍କ କଥା ନକହିବାଟାତ ଭଲ । ଆମେ ଏକଥା ଏଥିପାଇଁ କହୁଛୁ ।
ଓଡ଼ିଶା କଂଗ୍ରେସର ସଭାପତି ଭାବରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ପିସିସି ସଭାପତି ଦାୟୀତ୍ବ ମିଳିବା ପରେ ଦଳପକ୍ଷରୁ ଆରମ୍ଭ ହୋଇଥିଲା ତିନି ଦିନିଆ ସଂଙ୍କଳ୍ପ ପଦଯାତ୍ରା । ତେବେ ଏହି ପଦଯାତ୍ରା ଗୁରୁବାର ଶେଷ ହୋଇଥିଲା । ଏହି ଯାତ୍ରା ଚନ୍ଦନ ପୁରରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ, ପୁରୀରୁ ଭୁବନେଶ୍ବର ବାଇପାସ ରୋଡରେ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପାଇଁ ରାସ୍ତା ଜାମ ମଧ୍ୟ ହୋଇଥିଲା ।ଯେହେତୁ ରାଲି ସେହିସମୟରେ ସେଇଠାରେ ପହଁଞ୍ଚିଥିଲା ରାସ୍ତାର ଉଭୟ ପାଖ ଜାମ ହୋଇଥିଲା । ଯଦିଓ ଘଟଣା ସ୍ଥଳରେ ପୁଲିସ ସେହି ସ୍ଥାନରେ ପହଁଞ୍ଚି ସାରିଥିଲା, ଏବଂ ଦୁର୍ଘଟଣା ଗସ୍ତ ଗାଡିକୁ ମଧ୍ୟ ଉଠାଇ ସାରିଥିଲା । ତେଣୁ ରାସ୍ତାକୁ ଗୋଟିଏ ପଟରୁ ଖାଲି କରିବା ପାଇଁ ମାନସ ପୁଲିସ ବାବୁଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ବାବୁଙ୍କୁ କିନ୍ତୁ କିଛି ଫରକ ପଡୁନଥିଲା । ବରଂ ପୁଲିସ ବାବୁ ଦେଖାଇଥିଲା ନାଲିଆଖି ।