ତୁଳସୀ ପତ୍ରର ଉପକାରିତା

ତୁଳସୀ ପତ୍ରର ଉପକାରିତା

ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ ବୋଲି ସମସ୍ତେ ଜଣିଛନ୍ତି । ହେଲେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ତୁଳସୀ ପତ୍ର ଆପଣଙ୍କୁ ବଡ ବଡ ରୋଗରୁ ମଧ୍ୟ ମୁକ୍ତି ଦେଇପାରନ୍ତି । ବିଶେଷ କରି ଅତ୍ୟଧିକ ଚିନ୍ତା କାରଣରୁ ହେଉଥିବା ଡିପ୍ରେସନ୍ ବା ଅବସାଦ ରୋଗରୁ ମୁକ୍ତି ଦେବାରେ ଏହା ରାମବାଣ ପରି କାମ କରିଥାଏ ।

ଆସନ୍ତୁ ଜାଣିବା ଡିପ୍ରେସନରୁ ମୁକ୍ତି ପାଇବାକୁ ତୁଳସୀ ପତ୍ରକୁ କେମିତି ବ୍ୟବହାର କରିବେ

˜ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗୋଟିଏ ତୁଳସୀ ପତ୍ର ଖାଇଲେ ଆପଣଙ୍କର ରାଗ ଉପରେ ନିୟନ୍ତ୍ରଣ ରହିବ ଓ ଡିପ୍ରେସନରୁ ମୁକ୍ତି ମିଳିବ । ଆପଣ ଖୁସ ମିଜାଜ ରହିବେ ।

˜ ତୁଳସୀକୁ ଆଣ୍ଟିଷ୍ଟ୍ରେସ୍ ଏଜେଣ୍ଟ୍ କୁହାଯାଏ । ଏହା ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ ।

˜ ଆପଣ ଯେତେବେଳେ ବି ଷ୍ଟ୍ରେସରେ ଥିବେ ସେତେବେଳେ ୧୨ ରୁ ୧୫ଟି ତାଜା ତୁଳସୀ ପତ୍ର ଖାଇନିଅନ୍ତୁ । ଦେଖିବେ କିପରି ଆପଣଙ୍କ ଷ୍ଟ୍ରେସ୍ ଧୀରେ ଧୀରେ କମିଯିବ ।

ତୁଳସୀର ଆଉ କିଛି ଗୁଣ

˜ ତୁଳସୀ ଏକ ସୁଗନ୍ଧ ଦାୟକ ଗଛ । ଏହାର ପତ୍ରକୁ ଆମେ ରୋଷେଇରେ ମସଲା ଆକାରରେ ମଧ୍ୟ ବ୍ୟବହାର କରିପାରିବା ।

˜ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଏହାର ବ୍ୟବହାର ଆୟୁର୍ବେଦ ଓ ମେଡିକାଲ୍ ସାଇନ୍ସରେ ମଧ୍ୟ କରାଯାଏ ।

˜ ତୁଳସୀ ଗଛର ଫୁଲ ମଧ୍ୟ ଅନେକ ଲାଭଦାୟୀ । ତୁଳସୀ ଫୁଲରୁ ଏକ ରସାୟନ ବାହାରିଥାଏ, ଯାହା ଅନେକ ବଡ ବଡ ରୋଗ ଭଲ କରିଦେଇଥାଏ