ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର

ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର

ଭୁବନେଶ୍ବର:  ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ…

ଧନିଆ ପତ୍ରରେ ଥିବା କେତେକ ଗୁଣ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲୋରି କମ୍‌ ଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟରଲ ସ୍ତର କମ୍‌ ମଧ୍ୟ କରିଥାଏ। ପାଚନତନ୍ତ୍ରକୁ ଠିକ୍‌ ଭାବେ କାର୍ଯ୍ୟ କରାଇବା ସହ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ। ରକ୍ତହୀନତା ସହ ହୃତ୍‌ପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।