ସବୁଠାରୁ ବିଶାଳ ଜୀବ ପେରୁସିଟସ୍‌

ସବୁଠାରୁ ବିଶାଳ ଜୀବ ପେରୁସିଟସ୍‌

ଏକ ନୂଆ ଅଧ୍ୟୟନ ଅନୁସାରେ ପେରୁରେ ଖୋଜା ଯାଇଥିବା ଏକ ବିଶାଳ ପ୍ରାଚୀନ ୱେଲ୍‌ ମାଛ ରେକର୍ଡରେ ଥିବା ସମସ୍ତ ଜୀବଙ୍କ ଠାରୁ ଭାରି ଜୀବ ହୋଇପାରେ । ବିଲୁପ୍ତ ହୋଇଯାଇଥିବା ପେରୁସିଟସ୍‌ କୋଲସସ ୱେଲ୍‌ର ଆନୁମାନିକ ଓଜନ ୮୫ ରୁ ୩୪୦ ମେଟ୍ରିକ୍‌ ଟନ୍‌ ଥିଲା । ଯାହା ବ୍ଲୁ ୱେଲ୍‌ ର ପାଖାପାଖି କିମ୍ବା ତା ଠାରୁ ଅଧିକ ଭାରି ଥିଲା । ପେରୁସିଟସ୍‌ର ଆଶିଂକ କଙ୍କାଳରେ ୧୩ଟି ସ୍ପାଇନାଲ୍‌ କର୍ଡ, ୪ଟି ପିଞ୍ଜରା ଓ ଗୋଟିଏ ହିପ୍‌ ବୋନ୍‌ ରହିଛି । ଏହା ୧୭ରୁ ୨୦ ମିଟର ଲମ୍ବା । ଅଧ୍ୟୟନ ଅନୁସାରେ ଜିବାଶ୍ମର ନମୁନା ୨୫ମିଟର ଲମ୍ବା ଓ ଏହା ବ୍ଳୁ ୱେଲ ଠାରୁ ଛୋଟ । ପେରୁସିଟସ୍‌ ଓଜନ ବ୍ଲୁ ୱେଲ ଠାରୁ ଦୁଇ ତିନି ଗୁଣା ଅଧିକ ଥିଲା । ଯାହାର ଓଜନ ୧୪୯.୬ ମେଟ୍ରିକ୍‌ ଟନ୍‌ । ସିଏନଏନର ଖବର ଅନୁସାରେ ପେରୁସିଟସ୍‌ର ଆକାର ୩୦ରୁ ଅଧିକ ହାତୀ ବା ୫,୦୦୦ରୁ ଅଧିକ ଲୋକଙ୍କ ବରାବର ଥିଲା । ପେରୁସିଟସ୍‌ ଅତ୍ୟଧିକ ଓଜନ ହେତୁ ଏହା ଧିରେ ଧିରେ ଚାଲୁଥିଲା ।