ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ପିପିଲି : ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ । ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଗତବର୍ଷ ବନ୍ୟା ଯୋଗୁ ମଧ୍ୟ ଗଙ୍ଗୁଆ ନାଳରେ ଘାଇ ସୃଷ୍ଟି ହୋଇଥିଲା । ଲୋକେ ୨୫ ଦୀନ ଜଳବନ୍ଦୀ ରହିଥିଲେ । ତେବେ ଠିକ୍ ସେ ଘାଇ ମରାମତି ହୋଇନଥିବାରୁ ପୁଣି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ସେପଟେ, ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ବାଳକାଟିଠାରେ ଦକ୍ଷିଣ ପାଶ୍ୱର୍ ବନ୍ଧରେ ସାଇଫୋନ ପାଖରେ ଘାଇ ସୃଷ୍ଟି ହୋଇଛି । ଓଭର ଫ୍ଲୋ ଯୋଗୁ ରାତିରେ ବନ୍ଧ ଭାଙ୍ଗିଯାଇଥିଲା । ବାଳକାଟି କଲେଜ ପଡ଼ିଆରେ ପାଣି ମାଡିଯାଇଛି । ପାଣି ଗାଁରେ ମାଡିଯିବାର ଆଶଙ୍କା ରହିଛି । ଲୋକେ ବାଲି ବସ୍ତା ପକାଇ ଘାଇ ମରାମତି ପାଇଁ ଚେଷ୍ଟା କରୁଛନ୍ତି ।