ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ଭୁବନେଶ୍ୱରେରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଲକ୍ଷ୍ମୀସାଗର କଟକ ରୋଡରେ ଥିବା ଦୀପାଳି ବାରରେ ଥିବା ଲଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଠାବ କରିିଛି । ନଜର ୨୦୫ ନମ୍ବର ରୁମରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ଲଜ୍ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ମୃତ ଯୁବତୀଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ ଘର ଭଦ୍ରକର କୁଆବାଗ ସାହି ବୋଲି ଜଣାପଡିଛି । ଆଜି ଯୁବତୀଙ୍କ ପରିବାର ଲୋକ ଆସିବା ପରେ ମୃତଦେହ ଉଦ୍ଧାର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।