ପିଲାଙ୍କ ଜିଦ୍ ନିୟନ୍ତ୍ରଣ କରିବାର ଉପାୟ

ପିଲାଙ୍କ ଜିଦ୍ ନିୟନ୍ତ୍ରଣ କରିବାର ଉପାୟ

ପିଲାଙ୍କ ଜିଦ୍ ନିୟନ୍ତ୍ରଣ କରିବାର ଉପାୟ
କୁନି ପିଲାମାନେ ଅଧିକାଂଶ ସମୟରେ ଖେଳଣା ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ନିମନ୍ତେ ଜିଦ କରିବସନ୍ତି । ଅଭିଭାବକମାନେ ଏହା ମଧ୍ୟ ଭଲଭାବେ ଜାଣନ୍ତି ଯେ ପିଲାଙ୍କ ଜିଦକୁ ଥରୁଟିଏ ପୂରଣ କଲେ ସେମାନଙ୍କ ବଦଭ୍ୟାସ ବରଂ ବଢ଼ିଯାଇଥାଏ । ସାମାନ୍ୟ କଥାରେ ଜିଦ କରେ ପିଲାଙ୍କ ମନ ପରିବର୍ତ୍ତନ ନିମନ୍ତେ ତାଙ୍କ ସହ କିଛି ସମୟ ଖେଳନ୍ତୁ । ଦୋକାନ, ମଲକୁ ଗଲେ ସେମାନେ ବିଭିନ୍ନ ଜିନିଷ କିଣିବା ପାଇଁ ଅଡ଼ି ବସନ୍ତି । ସେଭଳି ପରିସ୍ଥିତିରେ ନିଜେ ହିଁ ବୁଦ୍ଧିମତ୍ତାର ସହ କାମ କରନ୍ତୁ । ବୁଝାସୁଝାଇ ଅନ୍ୟ ଆଳ ଦେଖାଇ ଦୋକାନରୁ ନେଇ ଆସିବା ଉଚିତ । ପାଠପଢ଼ା ସମୟରେ ମଧ୍ୟ ପିଲା ଅବୁଝା ହୋଇଯାନ୍ତି । ମାଡ଼ ଦେଇ ଆପଣ ସ୍ଥିତିକୁ ସମ୍ଭାଳିପାରିବେ ନାହିଁ । ବରଂ ପିଲାଙ୍କୁ ଆକଟ କରିବା ଉଚିତ । କାହାଣୀ ଶୁଣିବାକୁ ସବୁ ପିଲା ଭଲପାନ୍ତି । ଏଣୁ ରାତିରେ ଶୋଇବା ସମୟରେ କାହାଣୀ ଶୁଣାଇ ସେମାନଙ୍କୁ ଅନେକ ଶିକ୍ଷଣୀୟ କଥା କୁହନ୍ତୁ । ଦେଖିବେ, ଏହାର ଉତ୍ତମ ପ୍ରଭାବ ସେମାନଙ୍କ ଉପରେ ନିଶ୍ଚୟ ପଡ଼ିବ । ଖାଇବା, ପିଇବା ସମୟରେ ମଧ୍ୟ ପିଲାଙ୍କ ଦୁଷ୍ଟାମି ବାହାରେ । ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇବାରେ ସେମାନେ ବଦମାସି ଦେଖାଇଥାନ୍ତି । ସେସବୁ ଖାଦ୍ୟରେ ଉପଯୋଗିତା ବିଷୟରେ ବୁଝାଇସୁଝାଇ ଖୁଆଇବା ଉଚିତ ।