CRIISH-4ରେ ହ୍ରିତିକଙ୍କ ସହ ଦିପିକା ପାଦୁକୋନ

CRIISH-4ରେ ହ୍ରିତିକଙ୍କ ସହ ଦିପିକା ପାଦୁକୋନ

CRIISH-4ରେ ହ୍ରିତିକଙ୍କ ସହ ଦିପିକା ପାଦୁକୋନ
ରାକେଶ ରୋଶନ ନିଦେ୍ର୍ଧଶିତ ଓ ତାଙ୍କ ପୁଅ ହି୍ରତିକ ରୋଶନ ଅଭିନୀତ ‘କି୍ରଶ’ ସିରିଜର ୪ ର୍ଥ ଭାଗ କାମ ଆଗେଇବାରେ ଲାଗିଛି । ବିଦେଶରୁ ୟୁନିଟ ଲୋକ ଆସି ମୁମ୍ବାଇରେ ସେଟ୍ ସଜାଇବା କାମରେ ଲାଗିପଡ଼ିଛନ୍ତି । କାହାଣୀର ଶେଷ ପର୍ଯ୍ୟନ୍ତ ଲେଖା ସାରିଥିବା ବେଳେ ଏବେ ଅଭିନେତ୍ରୀଙ୍କ ନାମ ମନୋନୀତ ହେବ । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ କି୍ରଶ-୪ରେ ଦୀପିକା ପାଦୁକୋନ ଅଭିନୟ କରିପାରନ୍ତି । କି୍ରଶର ପ୍ରଥମ ଭାଗ ‘କୋଇ ମିଲ୍ ଗୟା’ ରେ ହି୍ରତିକ ଓ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ । ଏହାର ପରବର୍ତ୍ତୀ ଦୁଇଟି ଭାଗରେ ପ୍ରିୟଙ୍କା ଚୋପ୍ରା କାମ କରିଥିବା ବେଳେ ଚତୁର୍ଥ ଭାଗ ପାଇଁ ପି୍ରୟଙ୍କାଙ୍କର ଆଦୌ ଆଗ୍ରହ ନାହିଁ । କାରଣ ବିଦେଶୀ ରାଇଜରେ ସେ ଘର ସଂସାର କରିସାରିଥିବା ବେଳେ ଏବେ ହଲିଉଡ଼ ପ୍ରୋଜେକ୍ଟ ପ୍ରତି ସେ ଅଧିକ ଆଗ୍ରହୀ । ଏଣୁ ରାକେଶ ରୋଶନ, ପି୍ରୟଙ୍କାଙ୍କୁ ବାରମ୍ବାର ଅନୁରୋଧ କରିବାକୁ ଉଚିତ ମଣୁନାହାନ୍ତି । ଏପରି ସ୍ଥଳେ ବର୍ତ୍ତମାନ ସମୟରେ ଦୀପିକା ଅନ୍ୟତମ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଛନ୍ତି । ଦୀପିକା ମଧ୍ୟ କାହାଣୀ ଶୁଣି ସବୁଜ ସଙ୍କେତ ଦେଇଥିବା ୟୁନିଟ୍ ସଦସ୍ୟ ପ୍ରକାଶ କରିଛନ୍ତି ।