ହିନ୍ଦୀ ଶିଖୁଛନ୍ତି ଅମଲା

ହିନ୍ଦୀ ଶିଖୁଛନ୍ତି ଅମଲା

ହିନ୍ଦୀ ଶିଖୁଛନ୍ତି ଅମଲା
ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଅମଲା ପଲ ବଲିଉଡ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ହିନ୍ଦୀ ୱେବ ସିରିଜରେ ଅଭିନୟ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ପ୍ରଥମଥର ପାଇଁ କୌଣସି ହିନ୍ଦୀ କାହାଣୀରେ ଅଭିନୟ କରିବାକୁ ଯାଉଛନ୍ତି । ମହେଶଙ୍କ ୱେବ ସିରିଜ ନାମ ଏବେ ଘୋଷଣା ହୋଇନି । ଅମଲା ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ପରବିନ ବାବିଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ମହେଶ ନିଜ ଟ୍ୱିଟରରେ ପ୍ରକାଶ କରିଛନ୍ତି । ବଲିଉଡର ବରିଷ୍ଠ କଳାକାରଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ସହଜ କଥା ନୁହେଁ ବୋଲି ଅମଲା କହିଛନ୍ତି । ନିଜର ହିନ୍ଦୀ ଭାଷାରେ ସୁଧାର ଆଣିବା ପାଇଁ ସେ ତିନି ମାସ ହେବ ହିନ୍ଦୀ ଭାଷା ଶିଖୁଛନ୍ତି ବୋଲି ଖବର ମିଳିଛି । ସେହି ୱେବ ସିରିଜରେ ଅମଲାଙ୍କ ସହିତ ଅଭିନେତ୍ରା ତାହିର ରାଜ ଭାସିନ ଏବଂ ଅଭିନେତ୍ରୀ ଅମ୍ରିତା ପୁରୀ ମଧ୍ୟ ନଜର ଆସିବେ । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଛିଛୋର’ରେ ତାହିର ନଜର ଆସିଲେ । ତାଙ୍କ ଅଭିନୟ ମହେଶଙ୍କ ମନ ଜିଣିଥିଲା । ସେଥିପାଇଁ ମହେଶ ତାଙ୍କୁ ନିଜ ଫିଲ୍ମରେ ଚୟନ କରିଥିଲେ ବୋଲି ତାହିର ନିଜ ଇନଷ୍ଟାଗ୍ରାମରେ କହିଛନ୍ତି । ମହେଶ ‘ଜିଓ’ ଷ୍ଟୁଡିଓ ସହିତ ମିଶି ୱେବ ସିରିଜ ପ୍ରସ୍ତୁତ କରିବେ ବୋଲି ଖବର ରହିଛି ।