ଅବସାଦ ଦୂର କରେ ଅଖ୍ରୋଟ୍, ୨୬ ପ୍ରତିଶତ ଅବସାଦ ହ୍ରାସ
ଅବସାଦ ଦୂର କରେ ଅଖ୍ରୋଟ୍, ୨୬ ପ୍ରତିଶତ ଅବସାଦ ହ୍ରାସ
admin
Feb 8, 2020 - 08:36
Updated: Feb 8, 2020 - 08:36
ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଅଖ୍ରୋଟ୍ ଖାଇବା ଦ୍ୱାରା ଅବସାଦ ଆଶଙ୍କା ହ୍ରାସ ପାଇବା ସହିତ ମନରେ ଏକାଗ୍ରତା ବୃଦ୍ଧି ପାଏ । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗବେଷକ ଅଖ୍ରୋଟ୍ ଖାଉଥିବା ଲୋକଙ୍କ ମଧ୍ୟରେ ୨୬ ପ୍ରତିଶତ ଅବସାଦ ହ୍ରାସ ପାଇଥିବା ଜାଣିବାକୁ ପାଇଛନ୍ତି । ଏହି ଗବେଷଣା “ନ୍ୟୁଟ୍ରିଏଣ୍ଡ” ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି । ଅଖ୍ରୋଟ ଖାଇବା ଦ୍ୱାରା ଶରୀରର ଅଉକ୍ସିନ, ଗିବରଲିନ୍, ସାଇଟୋକିଲିନ ଓ ଏଥିଲେନିନ୍ ନାମକ ହରମୋନ୍ କ୍ଷରଣ କମ୍ ହୋଇଥାଏ । ଏହି ସବୁ ହରମୋନ୍ ଗୁଡ଼ିକ ଅବସାଦ ବଢ଼ାଇବାର ମୁଖ୍ୟ କାରଣ ଅଟେ । ବିଶ୍ୱ ବିଦ୍ୟାଳୟର ପ୍ରମୁଖ ଗବେଷକ ଲେନୋ ଆରବଙ୍କ ଅନୁସାରେ, ବର୍ତ୍ତମାନ ସମୟରେ ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅବସାଦରେ ପୀଡ଼ିତ । ଏଥିରୁ ବର୍ତ୍ତିବାର ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟର ପରିବର୍ତ୍ତନ ଆଣିବା । ନିଜ ପସନ୍ଦର ଖାଦ୍ୟ ତାଲିକାରେ ପ୍ରତିଦିନ ଗୋଟିଏ ଲେଖାଁ ଅଖରୋଟ୍ ସାମିଲ କଲେ ଅବସାଦ ଦୂର ହୁଏ । ତେବେ ଏହି ଗବେଷଣାରେ ୨୯ ହଜାରରୁ ଊର୍ଦ୍ଧ୍ୱ ଆମେରିକୀୟ ବ୍ୟକ୍ତି ସାମିଲ ରହିଥିଲେ ।