୭୨ ଘଣ୍ଟା ଅପେକ୍ଷା କଲେ ୫୦ ଯୁବକ! ହେଲେ ହୋଟେଲରୁ ଆସିଲେନି ଉର୍ବସୀ

୭୨ ଘଣ୍ଟା ଅପେକ୍ଷା କଲେ ୫୦ ଯୁବକ! ହେଲେ ହୋଟେଲରୁ ଆସିଲେନି ଉର୍ବସୀ

୭୨ ଘଣ୍ଟା ଅପେକ୍ଷା କଲେ ୫୦ ଯୁବକ! ହେଲେ ହୋଟେଲରୁ ଆସିଲେନି ଉର୍ବସୀ

ପାଗଳ ଭଳି ଭଲ ପାଆନ୍ତି । ମନେମନେ ଖୁବ୍ ଆଶା ରଖନ୍ତି । ଆଉ ଭେଟ ହେବାର ସୁଯୋଗ ଖୋଜିବା ବେଳେ ସୁନ୍ଦରୀ ଯଦି କଥା ଦିଅନ୍ତି… କିଏ ବା ଅପେକ୍ଷା ନକରିବ! ଠିକ୍ ସେମିତି ନିଜ ପସନ୍ଦର ପ୍ରିୟ ସୁନ୍ଦରୀଙ୍କୁ ଭେଟ ହେବାକୁ ନଖାଇ ନଶୋଇ ୭୨ ଘଣ୍ଟା ଅପେକ୍ଷା କଲେ ୫୦-୬୦ ଜଣ ଯୁବକ । କିନ୍ତୁ ହୋଟେଲ୍ ବାହାରକୁ ଆସିଲେନି ସୁନ୍ଦରୀ ।

ଘଟଣାଟି ଅବିଶ୍ୱାସ ମନେହେଉଛି । କିନ୍ତୁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ କଣ ଯେ ନଘଟୁଛି! ସବୁ ଅଭିନେତା ଆଉ ଅଭିନେତ୍ରୀଙ୍କ ସ୍ୱତନ୍ତ୍ର ପ୍ରଶଂସକ ବା ଫ୍ୟାନ୍ ରହିଛନ୍ତି । ବିଶେଷକରି ସୋସିଆଲ୍ ମିଡିଆରେ ନିଜ ପ୍ରିୟ କଳାକାରଙ୍କୁ ଅନେକ ଫଲୋଅପ୍ କରିବା ସହ ସେମାନଙ୍କ ପୋଷ୍ଟକୁ ଅପେକ୍ଷା କରିଥାନ୍ତି । ଅନ୍ୟପକ୍ଷରେ ନିଜ ଫ୍ୟାନ୍ ମାନଙ୍କୁ ଆକର୍ଷିତ କରିବା ପାଇଁ ଅଭିନେତ୍ରୀମାନେ ମଧ୍ୟ ଭଳିକି ଭଳି ଫଟୋ ଓ ଭିଡିଓ ସେଆର୍ କରୁଛନ୍ତି । କିନ୍ତୁ ଅଭିନେତ୍ରୀ ଉର୍ବସୀ ରୌତେଲା କଥା ଦେଇ ନିଜର ଫ୍ୟାନମାନଙ୍କୁ ଠକିଦେଲେ ବୋଲି ଜଣାପଡ଼ିଛି । ପରେ ଉର୍ବସୀ କ୍ଷମା ମଧ୍ୟ ମାଗିବା ପ୍ରସଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଘଟଣା ଅନୁସାରେ ଉର୍ବସୀ ଏକ ନୂଆ ଫିଲ୍ମ ପାଇଁ ଶୁଟିଂକୁ ଯାଇଥିଲେ । ଆଉ ସେଠାରୁ ଫେରିବା ପରେ ସାମାନ୍ୟ ଅସୁସ୍ଥ କାରଣରୁ ହୋଟେଲ୍ରେ ବିଶ୍ରାମ ନେଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ଅନେକ ପ୍ରଶଂସକ ହୋଟେଲ୍ ବାହାରେ ଅପେକ୍ଷା କରିଥିଲେ । ଏ ବିଷୟରେ ଉବର୍ସୀ ଅଜଣା ଥିଲେ ଏବଂ ୭୨ ଘଣ୍ଟା ବିତିବା ପରେ ଯେତେବେଳେ ବାହାରକୁ ବାହାରିଲେ କେତେକ ପ୍ରଶଂସକଙ୍କୁ ଭେଟି ଫଟୋ ଉଠାଇଥିଲେ । ହେଲେ ତରତରରେ ଅନ୍ୟତ୍ର ପଳାଇଥିଲେ । ଫଳରେ ତାଙ୍କୁ ଭେଟି ପାରିନଥିବା ଫ୍ୟାନ୍ ମାନେ ନିରାଶ ହୋଇ ଏକ ଭିଡିଓ ସେଆର୍ କରିଦେଲେ ସୋସିଆଲ୍ ସାଇଟରେ । ଏହି ଭିଡିଓକୁ ଦେଖିବା ପରେ ଅଭିନେତ୍ରୀ ଉର୍ବସୀ ସେହି ଫ୍ୟାନମାନଙ୍କୁ କ୍ଷମା ମାଗିବା ସହ ନିଶ୍ଚୟ ଭେଟ ହେବ ବୋଲି ପୁଣି କଥା ଦେଇଛନ୍ତି । ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । କେତେକ କହୁଛନ୍ତି- ଠକିଦେଲେ ଉର୍ବସୀ । ଆଉ କିଏ କହୁଛି, ଠକିବେନି ତ ଉର୍ବସୀ!