ପେଟଗରମ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏ ସବୁ ଘରୋଇ ଟିପ୍ସ

ପେଟଗରମ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏ ସବୁ ଘରୋଇ ଟିପ୍ସ

ପେଟ ଗରମ ହେବା ଏକ ସାଧାରଣ ସମସ୍ୟା। ହେଲେ ଏହି ସମସ୍ୟା ବେଳେ ବେଳେ ଅଧିକ ବଢ଼ି ଭୟାନକ ରୂପ ମଧ୍ୟ ନେଇଥାଏ। ବେଳେ ବେଳେ ପେଟ ଗରମ ସମସ୍ୟା କିଡ୍‌ନୀ ଓ ପାକସ୍ଥଳୀ ଯାଏ ପହଞ୍ଚିଥାଏ। ଫଳରେ ପାକସ୍ଥଳୀ ଓ କୀଡନି ଜନିତ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼େ।ପେଟ ଗରମ ହେଲେ ହଳଦିଆ ପରିସ୍ରା ହୁଏ ଓ ପରିସ୍ରା କରିବା ସମୟରେ ଜଳାପୋଡା, ଶୁଖିଲା କାଶ ଭଳି ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ତେବେ ଆଜି ଆମେ ଜାଣିବା କିପରି ଘରୋଇ ଉପାୟରେ ପେଟ ଗରମ୍‌କୁ ଭଲ କରି ହେବ।

୧- ପେଟ ଗରମ୍ ହେବାର ଅର୍ଥ ଶରୀରକୁ ପ୍ରଚୁର ପରିମାଣର ପାଣିର ଆବଶ୍ୟକତା ଅଛି। ଯଦି ଆପଣ ଦିନରେ ୫ରୁ୬ ଲିଟର ପାଣି ପିଇବେ ତା’ହେଲେ ଆପଣଙ୍କୁ ପେଟ ଗରମ୍ ସମସ୍ୟାରୁ ମୁକ୍ତି ମିଳିପାରିବ।

୨- ଯଦି ଆପଣ ସମ୍ପୂର୍ଣ୍ଣ ଦିନରେ ୫ ରୁ ୬ ଲିଟର ପାଣି ପିଇ ପାରୁ ନାହାନ୍ତି, ତେବେ ଆପଣ ଲେମ୍ବୁ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ମଧ୍ୟ ପେଟ ଗରମ୍ ସମସ୍ୟା ଭଲ ହୋଇଥାଏ।

୩- ପଇଡ଼ ପାଣି ମଧ୍ୟ ପେଟ ଗରମ ପାଇଁ ଭଲ କାମ କରେ। ପଇଡ଼ ପାଣି ପିଇବ ଦ୍ଵାରା ପେଟ ଥଣ୍ଡା ହୋଇଥାଏ।

୪- ଗ୍ଲୁକୋଜ୍ ପିଇଲେ ମଧ୍ୟ ପେଟ ଗରମ ସମସ୍ୟାରୁ ଉପଶମ ମିଳେ। ଏଥିସହ ଗ୍ଲୁକୋଜ ପିଇଲେ ଆମ ଶରୀରକୁ ଶକ୍ତି ମଧ୍ୟ ମିଳେ। ଶୀଘ୍ର ଥକାପଣ ଲାଗେ ନାହିଁ। କାମ କରିବାରେ ଫୁର୍ତ୍ତି ଲାଗେ।

୫- ପେଟ ଗରମ୍ ହେଲେ ଘୋଳ ଦହି ମଧ୍ୟ ଏକ ଉତ୍ତମ ବିକଳ୍ପ। ଆପଣ ଏହାକୁ ଘରେ ତିଆରି କରିପାରିବେ କିମ୍ବା ବଜାରରୁ ମଧ୍ୟ କିଣି ପିଇପାରିବେ।

୬- ପଖାଳ ମଧ୍ୟ ପେଟ ଗରମକୁ ଭଲ କରିଥାଏ। ତେଣୁ ଆପଣ ଯଦି ପଖାଳ ଖାଉଛନ୍ତି ତେବେ ପଖାଳ ତୋରାଣି ପିଇବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଉସୁନା ଭାତର ପଖାଳ ପେଟ ଜନିତ ସମସ୍ୟା ଭଲ କରିଥାଏ।

 ୭- ଆଉ ଏକ ଉତ୍ତମ ବିକଳ୍ପ ହେଉଛି ତାଳ ମିଶିରି। ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ କିଛି ତାଳ ମିଶ୍ରି ବତୁରାଇ ରଖି ଦିଅନ୍ତୁ। ଏହାକୁ ସକାଳେ ଉଠି ଫେଣ୍ଟି ଖାଲି ପେଟରେ ପିଅନ୍ତୁ। ଦେଖିବେ କେମିତି ଆରାମ ଲାଗିବ।