ଘରେ ଝୁଣା ଦେଲେ ହେବେ ରୋଗ ମୁକ୍ତ

ଘରେ ଝୁଣା ଦେଲେ ହେବେ ରୋଗ ମୁକ୍ତ

 ଜୀବନ ଶୈଳୀରେ ପରିବର୍ତ୍ତନ କେତେକଙ୍କ ଠାରେ ହାର୍ଟ ଆଟାକ୍‌ ସମସ୍ୟା ଆଣିଦିଏ । ତେବେ ଏହାର ନିରାକରଣ ପାଇଁ ରହିଛି କିଛି ଘରୋଇ ଉପଚାର । ଆପଣ ହୁଏତ ଜାଣି ନଥିବେ ଘରେ ସବୁଦିନ ଝୁଣା ଧୁଆଁ ଦେଲେ ଏହା ମନରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ହରମୋନ୍‌ସ୍ତରକୁ ନିୟନ୍ତ୍ରିତ କରି କୋଲେଷ୍ଟରଲ କମ୍‌ କରିଥାଏ । ଏହା ଦ୍ୱାରା ରକ୍ତଚାପ ମଧ୍ୟ ସ୍ୱାଭାବିକ ହୋଇଥାଏ । ଫଳରେ ହାର୍ଟ ଆଟାକ୍‌ ଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରେ । ଝୁଣାରେ ଥିବା ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ନିଶ୍ୱାସରେ ଫୁସଫୁସ୍‌ ରକ୍ତକୋଷିକାରେ ଅବଜରଭ୍‌ ହୋଇ ରକ୍ତରେ ଥିବା ଟ୍ରାଇଗ୍ଲିସେରଡ୍‌ କମ୍‌ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଘରେ ସପ୍ତାହରେ ୩-୪ଥର ଝୁଣା ଧୁଆଁ ଦେଲେ ଅନେକ ଉପକାର ମିଳିଥାଏ ।