ଧନିଆ ଦୂର କରିବ ସ୍ୱାସ୍ଥ୍ୟ ଜନିତ ସମସ୍ୟା

ଧନିଆ ଦୂର କରିବ ସ୍ୱାସ୍ଥ୍ୟ ଜନିତ ସମସ୍ୟା

ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ଧନିଆ ଦେଖିବାକୁ ମଳିଥାଏ । ଧନିଆ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ସ୍ୱାସ୍ଥ୍ୟ ଉପରେ ଅନେକ ଉପକାର ମଧ୍ୟ ଅଛି । ବର୍ତ୍ତମାନ ସମୟରେ ଧନିଆ ପାଉଡର ବିନା ରୋଷେଇ ଘରେ ପନିପରିବା ପ୍ରସ୍ତୁତ କରିବା କଷ୍ଟକର ହୋଇଯାଏ । ଗୋଟା ଧନିଆ ମଞ୍ଜି ମଧ୍ୟ ଖାଦ୍ୟରେ ଏକ ଭିନ୍ନ ସୁଗନ୍ଧିତ ସ୍ୱାଦ ଆଣିଥାଏ ।

ଧନିଆ ପତ୍ର, ମଞ୍ଜି କିମ୍ବା ପାଉଡର ଅନେକ ଉପାୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଧନିଆ ମଞ୍ଜି ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ଧନିଆର ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରର ଅନେକ ଉପକାର ସାଧିତ କରିଥାଏ । ବିଶେଷକରି ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣ ଏହାକୁ ଖାଇବା ଆବଶ୍ୟକ । ଧନିଆ ମଞ୍ଜିର ଉପକାରିତା ଏବଂ ସେଗୁଡିକ ବ୍ୟବହାର କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା…….

ଘରୋଇ ଉପଚାର ମାଧ୍ୟମରେ ମଧୁମେହକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଏକ ସ୍ୱାସ୍ଥ୍ୟ ରିପୋର୍ଟରେ କୁହାଯାଇଛି ଯେ ଧନିଆ ମଞ୍ଜିରେ କିଛି ଏପରି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆଣ୍ଟି-ହାଇପରଗ୍ଲାଇସେମିକ୍, ଇନସୁଲିନ୍ ରିଲିଜ୍ ଏବଂ ଇନସୁଲିନ୍ ପରି କାର୍ୟ୍ୟ କରିଥାଏ। ଏହା ଶରୀରରେ ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେବା ସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ହୋଇଥାଏ । ଏହି କାରଣରୁ ହୃଦରୋଗର ଆଶଙ୍କା ଶୀଘ୍ର ବଢିବା ସହ ହାଇ କୋଲେଷ୍ଟ୍ରଲ, ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଥାଏ । ଏପରି ପରିସ୍ଥିତିରେ, ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଧନିଆ ମଞ୍ଜି ବ୍ୟବହାର କରିପାରିବେ । ଧନିଆ ମଞ୍ଜିରେ ଥିବା ପୋଷକ ତତ୍ତ୍ୱ ହଜମ ପ୍ରକ୍ରିୟାକୁ ଠିକ କରିବା ସହ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସହାୟକ ହୁଏ ।

ଧନିଆ ମଞ୍ଜି ଚର୍ମ ପାଇଁ ଲାଭଦାୟକ ଅଟେ। ଏହା ଏକଜିମା, କୁଞ୍ଚନ, ଦାଗ ଏବଂ ଫୁଲାକୁ ବହୁ ପରିମାଣରେ ଭଲ କରିପାରେ । ଧନିଆରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ପାଟି ଘା ଏବଂ କ୍ଷତକୁ ଶୀଘ୍ର ଆରୋଗ୍ୟ କରିବାରେ ସାହାୟକ ହୋଇଥାଏ ।

ଯଦି କେଶ ଶୀଘ୍ର ଝଡିଯାଉଛି ବା କେଶ ବହୁତ ଦୁର୍ବଳ ହୋଇଯାଉଛି ତେବେ ଧନିଆ ମଞ୍ଜି ବହୁତ ସହାୟକ ହୋଇଥାଏ । କେଶ ଝଡ଼ିବା ପାଇଁ ଧନିଆ ମଞ୍ଜିକୁ ବ୍ୟବହାର କରିବା ଦ୍ୱାରା ଏହା ନୂତନ କେଶ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ଦୁର୍ବଳ କେଶ ମୂଳକୁ ମଜବୁତ କରିଥାଏ ।

ପ୍ରତ୍ୟେକ ଦିନ ରୋଷେଇରେ ଏବଂ ସାଲାଡରେ ଧନିଆପତ୍ର ଖାଇବାକୁ ଚେଷ୍ଟାକରନ୍ତୁ ।ଏହା ବ୍ୟତୀତ ତରକାରୀରେ ମଧ୍ୟ ଧନିଆ ପାଉଡର ବ୍ୟବହାର କରନ୍ତୁ । ଗୋଟା ଧନିଆ ମଧ୍ୟ ବହୁତ ପ୍ରଭାବଶାଳୀ ଅଟେ । ଏଥିପାଇଁ ୧ ଚାମଚ ଧନିଆ ମଞ୍ଜି ରାତିରେ ୧ ଗ୍ଲାସ ପାଣିରେ ଭିଜାନ୍ତୁ ଏବଂ ସକାଳେ ଏହି ପାଣି ପିଅନ୍ତୁ । ଖୁବ କମ୍ ଦିନ ଭିତରେ ଏହାର ଫାଇଦା ଜଣା ପଡିବ ।