ଲିଭର କ୍ୟାନସରରେ ଦେଖାଦେଇଥାଏ ବଡ଼ ଲକ୍ଷଣ

ଲିଭର କ୍ୟାନସରରେ ଦେଖାଦେଇଥାଏ ବଡ଼ ଲକ୍ଷଣ

 ଲିଭର କ୍ୟାନସର କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ । ଲିଭର କ୍ୟାନସରରେ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତିଙ୍କ ଠାରେ ବିଭିନ୍ନ ପ୍ରକାର ସଙ୍କେତ ଦେଖିବାକୁ ମିଳିଥାଏ । ଏହି ସଙ୍କେତକୁ ଯଦି ଠିକ୍ ସମୟରେ ଚିହ୍ନଟ କରାନଯାଏ, ତେବେ ମୃତ୍ୟୁ ଆଶଙ୍କା ରହିଥାଏ । ଏହି ରୋଗ ଧୀରେଧୀରେ ବଢ଼ିବା ସହିତ ଜାଣିବା ବେଳକୁ ତାହା ଥାର୍ଡ ଷ୍ଟେଜରେ ପହଞ୍ଚି ଯାଇଥାଏ । ତେଣୁ ଏହାର ଲକ୍ଷଣ ବିଷୟରେ ସଚେତନ ରହିବା ନିହାତି ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଲିଭର କ୍ୟାନସରରେ ଏକ ଟ୍ୟୁମର ହୋଇଥାଏ, ଯାହାକି ଧୀରେଧୀରେ ତିଆରି ହୋଇଥାଏ । ଲିଭର ସେଲ୍ସର ଡିଏନଏରେ କିଛି ପରିବର୍ତ୍ତନ ଦେଖାଦେଲେ ଲିଭର କ୍ୟାନସର ହୋଇଥାଏ । ଏହି କାରଣରୁ ସେଲ୍ସ ଅନିୟନ୍ତ୍ରିତ ଭାବେ ବଢ଼ିବାରେ ଲାଗିଥାଏ ଓ କ୍ୟାନ୍ସର କୋଷିକାଗୁଡ଼ିକ ଦ୍ୱାରା ଏକ ଟ୍ୟୁମର ତିଆରି ହୋଇଥାଏ । ଅନେକ କ୍ଷେତ୍ରରେ ଯେଉଁ ଲୋକଙ୍କ ଠାରେ କୌଣସି ବିମାରୀ ନଥାଏ ସେମାନଙ୍କ ଠାରେ ମଧ୍ୟ ଲିଭର କ୍ୟାନସର ହୋଇଥିବାର ଉଦାହରଣ ଦେଖିବାକୁ ମିଳିଛି ।

ଲିଭର କ୍ୟାନସରର ଆରମ୍ଭରୁ କିଛି ବ୍ୟକ୍ତିଙ୍କ ଠାରେ କିଛି ବି ଲକ୍ଷଣ ଦେଖାଯାଇ ନଥାଏ । ଅଧିକାଂଶ ଲୋକଙ୍କ ଠାରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖିବାକୁ ମିଳିନଥାଏ । ଅନେକଙ୍କ କ୍ଷେତ୍ରରେ ଭୋକ ନ ହେବା, ପେଟର ଉପର ଭାଗରେ ଯନ୍ତ୍ରଣା, ବାନ୍ତି ଆସିବା, ଓଜନ କମିଯିବା, ଦୁର୍ବଳତା ଓ ଥକ୍କାପଣ, ଲଭର ସାଇଡ୍ ଫୁଲିବା, ଚର୍ମ ଓ ଆଖିରେ ଧଳା ଅଂଶ ହଳଦିଆ ହୋଇଯିବା, ମଳ ରଙ୍ଗରେ ପରିବର୍ତ୍ତନ ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଡାଇବେଟିସ ରୋଗୀ ନିଜର ଲାଇଫଷ୍ଟାଇଲ ଓ ଖାଦ୍ୟପେୟରେ ଖାସ୍ ଧ୍ୟାନ ରଖିବା ଆବଶ୍ୟକ । କାରଣ ସେମାନଙ୍କ ପାଇଁ ଲିଭର କ୍ୟାନସର ଆଶଙ୍କା ଅତ୍ୟଧିକ ରହିଥାଏ । ସେହିପରି ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଫଳରେ ଲିଭର କ୍ୟାନସର ଆଶଙ୍କା ରହିଥାଏ ।