ଜାଣନ୍ତୁ, ପ୍ରି-ଡାଇବେଟିସର ଲକ୍ଷଣ କଣ ?

ଜାଣନ୍ତୁ, ପ୍ରି-ଡାଇବେଟିସର ଲକ୍ଷଣ କଣ ?

ମଧୁମେହ ଏପରି ଏକ ରୋଗ ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ । ରକ୍ତରେ ଶର୍କରା (ଗ୍ଲୁକୋଜ) ସ୍ତର ବୃଦ୍ଧି ହେତୁ ଏହି ରୋଗ ଦେଖା ଯାଇଥାଏ ଯଦି ଏହି ରୋଗକୁ ଠିକ୍ ସମୟରେ ନିୟନ୍ତ୍ରିତ ନକରନ୍ତି । ତେବେ ଏହା ହୃଦଘାତ, ଷ୍ଟ୍ରୋକ୍, କିଡନୀ ରୋଗ ଏବଂ ଅନ୍ଧାରକଣା ଭଳି ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । କିନ୍ତୁ ଏଥିରେ ଭୟ କରିବାର କିଛି ନାହିଁ । ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟକୁ ପ୍ରି-ଡାଇବେଟିସ୍ କୁହାଯାଏ ।

ଏହି ପ୍ରି-ଡାଇବେଟିସ ହେବା ଆଗରୁ କିଛି ସଂକେତ ଦେଖିବାକୁ ମିଳିଥାଏ । ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କୌଣସି ପ୍ରକାରର କିଛି ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା ଏବଂ ଆପଣଙ୍କ ରକ୍ତରେ ଶର୍କରା ପରୀକ୍ଷା କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଡାଇବେଟିସର ପୂର୍ବବ ଲକ୍ଷଣ କଣ ହୋଇଥାଏ ।

ଯଦି ଆପଣ ପୂର୍ବ ଅପେକ୍ଷା ଅଧିକ ଥର ପରିସ୍ରା କରୁଛନ୍ତି, ବିଶେଷ କରି ରାତିରେ ଏହା ଏକ ସଙ୍କେତ ହୋଇପାରେ ଯେ ଆପଣଙ୍କ ଶରୀର ଅତିରିକ୍ତ ଗ୍ଲୁକୋଜର ମାତ୍ରା ଅଧିକ ଥିବାରୁ ଆପଣଙ୍କ ଶରୀରରୁ ଏହା ବାହାରିବାକୁ ଚେଷ୍ଟା କରୁଛି । କ୍ରମାଗତ ଭାବରେ ଶୋଷ ଲାଗିବା ଭଳି ଅନୁଭବ କରିବା ଏବଂ ପ୍ରଚୁର ପାଣି ପିଉଥିଲେ ଏହା ତୁମର ରକ୍ତରେ ଶର୍କରା ସ୍ତର ଅଧିକ ବୋଲି ଏକ ସଙ୍କେତ ହୋଇପାରେ ।

ଖାଇବା ପରେ ବାରମ୍ବାର ଭୋକ ଲାଗିବା ଏହା ମଧ୍ୟ ଏକ ସଙ୍କେତ ହୋଇପାରେ । ବିନା କାରଣରେ କ୍ଳାନ୍ତ ଅନୁଭବ କରିବା ଏକ ସଙ୍କେତ । ଦୃଷ୍ଟିଶକ୍ତି ଅସ୍ପଷ୍ଟ ବା ହଠାତ୍ କମ ଦେଖାଗଲେ ତେବେ ଏହା ପ୍ରି-ଡାଇବେଟିସର ସଙ୍କେତ ବୋଲି ଜାଣିନିଅନ୍ତୁ । ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କୌଣସି ପ୍ରକାରର କିଛି ଲକ୍ଷଣ ଅନୁଭବ କରନ୍ତି । ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା