ଜଗନ୍ନାଥଙ୍କ ନନ୍ଦିଘୋଷର ନିର୍ମାଣ ଶୈଳୀ

ଜଗନ୍ନାଥଙ୍କ ନନ୍ଦିଘୋଷର ନିର୍ମାଣ ଶୈଳୀ

ନନ୍ଦିଘୋଷର ନିର୍ମାଣ :

ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’ । ଏହି ରଥର ଶୀର୍ଷଦେଶରେ ଚକ୍ର ଓ ଗରୁଡ ଅଧିଷ୍ଠିତ ହୁଅନ୍ତି । ତେଣୁ ଏହି ରଥକୁ ‘ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ’ ବୋଲି କୁହାଯାଏ । ଏହି ରଥର ଉଚ୍ଚତା ୨୩ ହାତ । ପାଞ୍ଚ ହାତ ପରିଧି ବିଶିଷ୍ଟ ଷୋହଳ ଚକ ଏଥିରେ ଖଞ୍ଜାଯାଏ । ନନ୍ଦିଘୋଷର ରଙ୍ଗ ହଳଦିଆ । ଏହି ରଥର ରକ୍ଷକ ହେଉଛନ୍ତି ଶ୍ରୀନୃସିଂହ । ରଥର ସାରଥୀଙ୍କୁ ‘ମାତଳୀ’ କୁହାଯାଏ । ରଥରେ ଯୋଚିତ ଘୋଡାମାନଙ୍କର ନାମ ହେଲା ରୋଚିକା, ମୋଚିକା, ସୂକ୍ଷ୍ମା ଓ ଅମୃତା । । ଜଗନ୍ନାଥଙ୍କ ରଥରେ ପାଶ୍ୱର୍ଦେବତା ଭାବେ ନୃସିଂହ,ନାରାୟଣ, ମଧୁସୂଦନ, ରାଘବେନ୍ଦ୍ର, ହନୁମାନ ସ୍କନ୍ଧାରୂଢ ଶ୍ରୀରାମ, ଚିନ୍ତାମଣୀ କୃଷ୍ଣ, ଗୋବର୍ଦ୍ଧନ ଗିରିଧର, ହରିହର, ପଞ୍ଚମୁଖୀ ହନୁମାନ ଅଧିଷ୍ଠିତ ହୁଅନ୍ତି । ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷି ସ୍ଥାନ ଲାଭ କରନ୍ତି ।